Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ମଝି ଦାଣ୍ଡରେ ବର୍ବରତା, ଭିଡିଓ ଭାଇରାଲ

    Share on :
    ajab-Image
    Date: May 21, 2020    Views: 2597

    ଭୁବନେଶ୍ୱର: ଖୋର୍ଦ୍ଧା ବାଘମାରୀରେ ସବୁ ସୀମା ଟପିଲା ବର୍ବରତା ।  ଦାଣ୍ଡ ମଝିରେ ରାସ୍ତାରେ ଜଣେ ଯୁବକଙ୍କୁ ଅମାନୁଷିକଭାବେ ମାଡ଼ ମରାଯାଇଛି ।  ଯୁବକଙ୍କୁ ସଂଘବଦ୍ଧ ମାଡ଼ର ଭିଡିଓ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି ହୋଇଛି ।  ଗତ ୮ ତାରିଖରେ ହୋଇଥିବା ଏହି ଆକ୍ରମଣର ଭିଡିଓ ଏବେ ଭାଇରାଲ ହୋଇଛି ।  ଆକ୍ରମଣର ଶିକାର ଜଣକ ହେଲେ ମାଘମାରୀ ପୋଡ଼ାଡିହ ଗ୍ରାମର ରମେଶ ଜଗଦେ୍ଧବ ।  କୌଣସି କାରଣକୁ ନେଇ ଏକାଧିକ ଯୁବକ ରମେଶଙ୍କୁ ପିଟୁଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି । ଢେଙ୍ଗା, କାଠ ଫାଳିଆରେ ଏକାଧିକ ଲୋକ ତାଙ୍କୁ ନିର୍ଧୂମ ପିଟୁଛନ୍ତି ।  ମାଡ଼ ଖାଇ ରମେଶ ପାଣି ମାଗୁଥିଲେ ମଧ୍ୟ ପାଣି ବଦଳରେ ସମ୍ପୃକ୍ତ ଆକ୍ରମଣକାରୀମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଉଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ।  ଏବେ ସମ୍ପୃକ୍ତ ଯୁବକ ଗୁରୁତର ଅବସ୍ଥାରେ ଏମସରେ ଚିକିତ୍ସାଧୀନ ଅଛନ୍ତି ।  ଏନେଇ ଏତଲା ହୋଇଥିଲେ ବି ପୁଲିସ କାହାକୁ ଗିରଫ କରୁନଥିବା ଅଭିଯୋଗ ହେଉଛି । 

    Maximum 500 characters

    ଆଂଚଳିକ View all

    Find Us on Facebook