ମୁଖ୍ୟ ଖବର
ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଜଲେଶପଟ୍ଟା କନ୍ୟାଶ୍ରମ ମୂଖ୍ୟ ସ୍ବାମୀ ଜୀବନମୁକ୍ତାନନ୍ଦଙ୍କୁ ଶନିବାର କୌଣସି ଅଜଣା ବ୍ୟକ୍ତି ଠାରୁ ହତ୍ୟା ଧମକ ମିଳିବା ପରେ ଆଶ୍ରମ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କନ୍ୟ।ଶ୍ରମରେ ଏସଓଜି ମୁତୟନ ହୋଇଛନ୍ତି । ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ସହ ବମ ସ୍କ୍ଵାଡ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛନ୍ତି । ବାଲିଗୁଡା ଏସଡିପିଓ ମନୋଜ କୁମାର ପୂଜାହାରୀ ମଧ୍ୟ ସ୍ଥିତିର ଅନୁଧ୍ୟାନ ପାଇଁ ଜଲେଶପଟ୍ଟାରେ ପହଞ୍ଚିଛନ୍ତି । ଆଜି ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କ ନେତୃତ୍ୱରେ ବିଜେପିର ଏକ ଜଲେଶପଟ୍ଟା ପହଞ୍ଚି ଘଟଣା ଅନୁଧ୍ୟାନ କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଶନିବାର ଜଣେ ଅଜଣା ବ୍ୟକ୍ତି ସ୍ବାମୀଜୀଙ୍କୁ ଫୋନ କରି ହତ୍ୟା କରିବା ଏବଂ ଆଶ୍ରମକୁ ଉଡାଇ ଦେବା ଧମକ ଦେଇଥିଲେ । ଏ ନେଇ ଆଶ୍ରମ ତରଫରୁ ତୁମୁଡିବନ୍ଧ ଥାନାରେ ଏତଲା ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ଏହି ଆଶ୍ରମରେ ଗତ୨୦୦୮ ଅଗଷ୍ଟ ୨୩ ଜନ୍ମାଷ୍ଟମୀ ଦିନ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା କରାଯାଇଥିଲା ।
Comments ସମସ୍ତ ମତାମତ