Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସୋଆରେ ଆୟୋଜିତ ହେବ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ୟାରେଡ କ୍ୟାମ୍ପ-

    Share on :
    ajab-Image
    Date: Nov 21, 2020    Views: 3678

    ଯୋଗ ଦେବେ ୧୦ ରାଜ୍ୟର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ
    ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ରବିବାର ଠାରୁ ଆରମ୍ଭ ହେବ ୧୦ ଦିନିଆ ସାଧାରଣତନ୍ତ୍ର ଦିବସ ପୂର୍ବବର୍ତୀ ପ୍ୟାରେଡ କ୍ୟାମ୍ପ । ଏହି କ୍ୟାମ୍ପରେ ପୂର୍ବାଂଚଳ ଏବଂ ଉତର ପୂର୍ବାଂଚଳ ରାଜ୍ୟରୁ ୨୦୦ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଯୋଗ ଦେବେ । 

    କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ୟୁଜିସି ପକ୍ଷରୁ ଜାରି ହୋଇଥିବା କୋଭିଡ-୧୯ ନିୟମାବଳୀ ପାଳନ ପୂର୍ବକ ଭୁବନେଶ୍ୱର, କୋଲକାତା ଏବଂ ଗ୍ୱୋହାଟିର ଏନ୍ଏସ୍ଏସ୍ ଆଂଚଳିକ ନିଦେ୍ର୍ଧାଶାଳୟ ଅଧିନସ୍ଥ ପ୍ରତିଯୋଗୀମାନେ ଏହି କ୍ୟାମ୍ପରେ ଯୋଗ ଦେବେ ବୋଲି ସୋଆ ଏନ୍ଏସ୍ଏସ୍ ଶାଖାର କାର୍ଯ୍ୟକ୍ରମ ସଂଯୋଜକ ଡ. ନଚିକେତା କେ. ଶର୍ମା ସୂଚନା ଦେଇଛନ୍ତି । 

    ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍ଷ୍ଟିୁଚୁ୍ୟଟ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ପରିସରରେ ଏହି କ୍ୟାମ୍ପ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ନିମନ୍ତେ  ଭୁବନେଶ୍ୱର ମୁ୍ୟନିସିପାଲ କର୍ପୋରେସନ୍ ପକ୍ଷରୁ ଅନୁମତି ମିଳିସାରିଛି । 

    ଓଡ଼ିଶା, ପଶ୍ଚିମବଂଗ, ସିକିମ୍, ଆସାମ୍, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ୍, ନାଗାଲାଣ୍ଡ ଏବଂ ତି୍ରପୁରାରୁ ୧୦୦ ବାଳକ ଓ ୧୦୦ ବାଳିକା ଏହି କ୍ୟାମ୍ପରେ ଯୋଗ ଦେବେ । ଭୁବନେଶ୍ୱର ଆଂଚଳିକ ନିଦେ୍ର୍ଧଶାଳୟର ୧୦ ଜଣ ପ୍ରୋଗ୍ରାମ୍ ଅଫିସର ଏବଂ ୬ ଜଣ ଅଫିସର ଏମାନଙ୍କୁ ସହାୟତା କରିବେ ବୋଲି ଡଃ ଶର୍ମା ସୂଚନା ଦେଇଛନ୍ତି । 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook