Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସୋଆ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ

    Share on :
    ajab-Image
    Date: Apr 8, 2021    Views: 2976

    ଭୁବନେଶ୍ୱର : ବିଶ୍ୱ ସ୍ୱାସ୍ଥ୍ୟ ଦିବସ  ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ସ୍କୁଲ୍ ଅଫ୍ ଫାର୍ମସୁ୍ୟଟିକାଲ୍ ସାଇନ୍ସେସ୍ ର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ କରାଯାଇଛି ।  

    ଭୁବନେଶ୍ୱର ଉପକଣ୍ଠ ଦଶପୁର ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ସମସ୍ତଙ୍କ ନିମନ୍ତେ ଏକ ସୁନ୍ଦର ଏବଂ ସୁସ୍ଥ ବିଶ୍ୱ ଗଠନ ଭଳି ଉକ୍ତି ଏହି କାର୍ଯ୍ୟକ୍ରମର ମୂଳ ମନ୍ତ୍ର ଥିଲା । ଏହି ଅବସରରେ କ୍ୟାନ୍ସର ପରୀକ୍ଷା ସହ ସଚେତନତା ନେଇ ମଧ୍ୟ ଆହ୍ୱାନ ଦିଆଯାଇଥିଲା । 

    ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ପକ୍ଷରୁ ଡାକ୍ତର ସୋ÷ର୍ଯ୍ୟ ରଞ୍ଜନ ଦାସ, ଏସ୍ପିଏସ୍ ପକ୍ଷରୁ ଡ. ଶୋଭନ୍ ପଟ୍ଟନାୟକ ଏବଂ ଆଇଡିଏସ୍ ର କମୁ୍ୟନିଟି ବିଭାଗର ପିଜି ଛାତ୍ରଛାତ୍ରୀ, ଡ. ଶର୍ମି । ମହାନ୍ତି, ଡ. ଶୈଳଜା ପଣ୍ଡା, ଡ. ମର୍ଲିନ୍ ଜେନା ଏବଂ ଡ. ଉପାସନା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । 

    ସୂଚନାଯୋଗ୍ୟ ଯେ ଆଇଡିଏସ୍  ପକ୍ଷରୁ ଗତ ୫ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ୬ ଦିନ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଅଧିକ ସଂଖ୍ୟକ ଜନସାଧାରଣ ଏହି ମାଗଣା ପରୀକ୍ଷାର ସୁଯୋଗ ଉଠାନ୍ତୁ ବୋଲି ଅନୁରୋଧ କରାଯାଇଛି ।  

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook