Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶିଶୁମାନଙ୍କୁ ଜଙ୍କ ଫୁଡ୍ରୁ ଦୂରରେ ରଖନ୍ତୁ: ଶିଶୁ କର୍କଟ ବିଶେଷଜ୍ଞ

    Share on :
    ajab-Image
    Date: Feb 20, 2021    Views: 4404

    ଭୁବନେଶ୍ୱର: ପ୍ରତିବର୍ଷ ପୃଥିବୀରେ ପ୍ରାୟ ଚାରି ଲକ୍ଷ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି ଯେଉଁମାନଙ୍କ ମଧ୍ୟରୁ ପାଖାପାଖି ୧୨ ପ୍ରତିଶତ ଶିଶୁ ଭାରତର  । ଶିଶୁମାନଙ୍କୁ ଏହି ରୋଗରୁ ଦୂରରେ ରଖିବା ନିମନ୍ତେ ପିତାମାତା ମାନଙ୍କର ବିଶେଷ ଦାୟିତ୍ୱ ରହିଛି ବୋଲି ଶୁକ୍ରବାର ଜଣେ ଶିଶୁ କର୍କଟ ରୋଗ ବିଶେଷଜ୍ଞ କହିଛନ୍ତି ।
    ପୃଥିବୀର ସମସ୍ତ କର୍କଟ ରୋଗୀଙ୍କ ସଂଖ୍ୟାର ୯୫ ପ୍ରତିଶତ ବୟସ୍କ ବ୍ୟକ୍ତି ହୋଇଥିବା ବେଳେ ୫ ପ୍ରତିଶତ ଶିଶୁ ବୋଲି ଇନଷ୍ଟିଚୁ୍ୟଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲ୍ର ପେଡିଆଟି୍ରକ୍ ଅଙ୍କୋଲଜିଷ୍ଟ ଡାକ୍ତର ସରୋଜ ପଣ୍ଡା କହିଛନ୍ତି । 
    ହସ୍ପିଟାଲ୍ରେ ବିଶ୍ୱ ଶିଶୁ କର୍କଟ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଡାକ୍ତର ପଣ୍ଡା କହିଲେ ଯେ ଗତ ୫ ବର୍ଷ ମଧ୍ୟରେ ସମ୍ ହସ୍ପିଟାଲ୍କୁ ଚିକିତ୍ସା ନିମନ୍ତେ ଆସିଥିବା ଶିଶୁମାନଙ୍କ ମଧ୍ୟରୁ ପ୍ରାୟ ୭୦୦ ଜଣଙ୍କୁ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା । ମାତ୍ର ଉପଯୁକ୍ତ ଚିକିତ୍ସା ଫଳରେ ୩୫୦ ଜଣ ରୋଗ ମୁକ୍ତ ହୋଇପାରିଛନ୍ତି ।
    ପ୍ରତିବର୍ଷ ଫେବୃଆରୀ ୧୫ ତାରିଖକୁ ବିଶ୍ୱ ଶିଶୁ କର୍କଟ ଦିବସ ଭାବେ ପାଳନ କରାଯାଏ । 
    ଡାକ୍ତର ପଣ୍ଡା କହିଲେ ଅଧିକାଂଶ କ୍ଷେତ୍ରରେ ବଂଶଗତ କାରଣରୁ ଶିଶୁମାନଙ୍କୁ ଏହି ରୋଗ ହୋଇଥାଏ । ମାତ୍ର ରୋଗ ପ୍ରାଥମିକ ସ୍ତରରେ ଚିହ୍ନଟ ହୋଇପାରିଲେ ଓ ଉତମ ଚିକିତ୍ସା ମିଳିଲେ ଏଥିରୁ ସୁସ୍ଥତା ମିଳିପାରିବ । ଶିଶୁମାନଙ୍କ କ୍ଷେତ୍ରରେ ପ୍ରାୟତଃ ଲୁ୍ୟକେମିଆ, ବ୍ରେନ୍ ଟୁ୍ୟମର, କିଡ୍ନି ଟୁ୍ୟମର୍, ଲିଭର ଟୁ୍ୟମର ବା ବୋନ୍ ସାର୍କୋମା ଭଳି କର୍କଟ ଦେଖାଯାଏ । ତେବେ ପିଲା ସୁସ୍ଥ ରହିଲେ, ସଠିକ୍ ଓଜନ ରକ୍ଷା କରି ବୃଦ୍ଧି ଲାଭ କଲେ, ନିୟମିତ ବ୍ୟାୟାମ କଲେ ଓ ସବୁଜ ପନିପରିବା ଓ ଫଳ ଖାଇଲେ ଏହି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ସେ କହିଛନ୍ତି ।
    ଏହାଛଡ଼ା ଜଙ୍କ ଫୁଡ୍ରୁ ପିଲାମାନେ ଦୂରରେ ରହିବା ନିହାତି ଜରୁରୀ ବୋଲି ଡାକ୍ତର ପଣ୍ଡା କହିଛନ୍ତି ।
    ଚଳିତ ବର୍ଷ ଅନ୍ତର୍ଜାତୀୟ ଶିଶୁ କର୍କଟ ରୋଗ ଦିବସର ଥିମ୍ ରହିଛି 'ବେଟର ସର୍ଭାଇଭାଲ୍ ଇଜ୍ ଆଚିଭେବଲ୍ ଥ୍ରୁ ଆୱାର ହ୍ୟାଣ୍ଡ୍ସ' ଅର୍ଥାତ୍ ସମସ୍ତେ ମିଶିକରି "ଆମ ହାତରେ ସୁସ୍ଥତା ହାର ବଢ଼ିବା ସମ୍ଭବ" । ଏହି ଦିବସ ପାଳନ ଅବସରରେ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମ"ସିଂହାର, ଶିଶୁ ରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତା ଦେବୀ ମହାନ୍ତି, ଶିଶୁ ରୋଗ ବିଭାଗର ପ୍ରଫେସର ମୃତୁ୍ୟୟ ଦାଶ, ମେଡିକାଲ୍ ଅଙ୍କୋଲୋଜି ବିଭାଗର ପ୍ରଫେସର ସୋ÷ମ୍ୟ ସୁରଥ ପଣ୍ଡା ଏବଂ ପେଡିଆଟି୍ରକ୍ ଅଙ୍କୋଲୋଜି ବିଭାଗର ଡାକ୍ତର ନିର୍ମଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । 
    ପ୍ରାୟ ୪୦ ଜଣ କର୍କଟ ଆକ୍ରାନ୍ତ ଶିଶୁ ଓ ତାଙ୍କ ପରିବାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ମ୍ୟାଜିସିଆନ୍ ଜୀବନ ଦାସ ସେମାନଙ୍କୁ ମାନସିକ ଚାପରୁ ମୁକ୍ତ କରି ଉତ୍ସାହିତ କରିବା ନିମନ୍ତେ  ମ୍ୟାଜିକ୍ ଦେଖାଇଥିଲେ । ସେହିପରି ଓଡ଼ିଆ ଅଭିନେତା ପ୍ରସନ୍ଜିତ ଦାସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ମନୋରନ କରିଥିଲେ । ଡାକ୍ତର ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook