Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କୋଭିଡ -୧୯ ପରିପ୍ରେକ୍ଷୀରେ ସୋଆ ଏନ୍ଏସ୍ଏସ୍ ର ବିଭିନ୍ନ କାର୍ଯ୍ୟକ୍ରମ

    Share on :
    ajab-Image
    Date: Sep 5, 2020    Views: 7135

    ଭୁୁବନେଶ୍ୱର  : କୋଭିଡ-୧୯ ସଂକ୍ରମଣ ପରବର୍ତୀ  ପାଂଚ ମାସ ମଧ୍ୟରେ ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନେ କରୋନା ଭାଇରସ୍ ସଚେତନତା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସଂପୃକ୍ତ ରହି ଏହି ପରିସ୍ଥିତିର ମୁକାବିଲା କରି ଚାଲିଛନ୍ତି । 

    କୋଭିଡ-୧୯ ପ୍ରାଦୁର୍ଭାବ ଆରମ୍ଭ ହେବା ପରେ ସୋଆ ଏନ୍ଏସ୍ଏସ୍ ସଂଯୋଜକ ଡକ୍ଟର ନଚିକେତା ଶର୍ମାଙ୍କ ତତ୍ୱାବଧାନରେ ସ୍ୱେଚ୍ଛାସେବୀମାନେ ଆରୋଗ୍ୟ ସେତୁ ଆପ ଓ ଆଇଗଟରେ ପଞ୍ଜୀକରଣ  ହେବା ସହ ରାଜ୍ୟ ଓ ଜାତୀୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ୱେବିନାର ଓ ଜୁମ୍ ମିଟିଂରେ ଯୋଗ ଦେଇଥିଲେ । 

    “ଏନ୍ଏସ୍ଏସ୍: ରୋଲ୍ ଇନ୍ କୋଭିଡ-୧୯” ଶୀର୍ଷକରେ ଅଗଷ୍ଟ ୨୦ ଓ ସେପ୍ଟେମ୍ବର ୧ ମଧ୍ୟରେ ୩୧ଟି ୟୁନିଟ୍ରେ ୱେବିନାର୍ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସ୍ୱେଚ୍ଛାସେବୀମାନେ କୋଭିଡ ବିରୁଦ୍ଧ ଯୁଦ୍ଧରେ ଯୋଗ ଦେବା ନିମନ୍ତେ ପ୍ରସ୍ତୁତ ହୋଇଥିଲେ । ଏଥିରେ ୧୩୦୦ରୁ ଅଧିକ ସ୍ୱେଚ୍ଛାସେବୀ, ପ୍ରୋଗ୍ରାମ ଅଫିସର ଓ ବିଭିନ୍ନ ଇନ୍ଷ୍ଟିଚୁ୍ୟଟ୍ର ଡିନ୍ମାନେ ଯୋଗ ଦେଇଥିଲେ । 

    ବିଶ୍ୱ ପରିବେଶ ଦିବସ (ଜୁନ୍ ୫)ରେ ୧୪ଟି ୱେବିନାର ଆୟୋଜିତ ହୋଇଥିଲା । ଏହା ପୂର୍ବରୁ ମେ ୩୦ରେ ସ୍ୱେଚ୍ଛାସେବୀ ମାନେ ରାଜ୍ୟବ୍ୟାପୀ ଅନୁଷ୍ଠିତ “ବନେ୍ଦ ଉକ୍ରଳ ଜନନୀ” ଗାୟନରେ ଭାଗ ନେଇଥିଲେ । ଡକ୍ଟର ଶର୍ମା ଓ ପ୍ରୋଗ୍ରାମ ଅଫିସର ଡକ୍ଟର ଶୋଭନ୍ ପଟ୍ଟନାୟକ ମଧ୍ୟ ମହାତ୍ମା ଗାନ୍ଧୀ ନ୍ୟାସ୍ନାଲ୍ ସେଂଟ୍ର ଫର୍ ରୁରାଲ ଏଡୁକେସନ୍ ପକ୍ଷରୁ ଆୟୋଜିତ ପାଂଚ ଦିନିଆ ୱେବିନାରରେ ଯୋଗ ଦେଇଥିଲେ । 

    ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ଏପ୍ରିଲ୍ ୩ୟ ସପ୍ତାହରେ ୪ ଦିନ ଧରି ବିଶ୍ୱବିଦ୍ୟାଳୟ ପରିସର ନିକଟବର୍ତୀ ୧୦ ଟି ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବିତରଣ କରିଥିଲେ । ଏହାଛଡା ସୋସିଆଲ୍ ଡିଷ୍ଟାନ୍ସିଂ ସଚେତନତା ନିମନ୍ତେ ଜାତୀୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଇଥିଲେ । ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମ (ଜୁନ୍ ୨୧)ରେ ୨୫୦ରୁ ଊଦ୍ଧ୍ୱର୍ ସ୍ୱେଚ୍ଛାସେବୀ  ଅଂଶ ଗ୍ରହଣ କରିଥିଲେ । 

    ଏହାଛଡା ଅଗଷ୍ଟ ୨୯ରେ “ଉନ୍ନତ ଭାରତ ଅଭିଯାନ” ଉପରେ ଏକ ୱେବିନାର୍ ଅନୁଷ୍ଠିତ ହୋଇଥିଲା । ଏଥିରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ରାଉରକେଲା ସ୍ଥିତ ଏନ୍ଆଇଟି ର ପ୍ରଫେସର ମହାବୀର ପଣ୍ଡା ଏବଂ ଡଃ ବିଭୁ କଲ୍ୟାଣ ପ୍ରସାଦ ନାୟକ, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଡଃ ନଚିକେତା ଶର୍ମା ଏବଂ ଡଃ କେ.ଏଲ୍. ମହାନ୍ତ ଯୋଗ ଦେଇଥିଲେ । 
    ସେହିପରି ଜୁଲାଇ ୪ରେ ନାଗପୁରର ଆଭା ଗାଏକ୍ୱାଡ୍ କଲେଜ ଅଫ୍ ଇଞ୍ଜିନିୟରିଂ ର ସହଯୋଗରେ ସୋଆ ଏନ୍ଏସ୍ଏସ୍ “ଏକ୍ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଉକ୍ରଳ ୟୁନିଭର୍ସିଟି, ଡିଡିସିଇର ପୂର୍ବତନ ନିଦେ୍ର୍ଧଶକ ପ୍ରଫେସର ସୁସ୍ମିତ୍ ପାଣୀ, ଶ୍ରୀ ଜଗନ୍ନାଥ ଟେମ୍ପଲ୍ ଆଡମିନିଷ୍ଟ୍ରେସନ୍ ଲ’ ଅଫିସର ଡଃ. ଭାସ୍କର୍ ମିଶ୍ର, ଡଃ ନଚିକେତା ଶର୍ମା, ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏବଂ ଡଃ ଶୋଭନ୍ ପଟ୍ଟନାୟକ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ କୋଭିଡ୍ -୧୯ ଉପରେ ବିଭିନ୍ନ ସଚେତନତାମୂଳକ ଭିଡିଓ, ଆର୍ଟ, ପେଂଟିଙ୍ଗ୍ ଏବଂ ସ୍ଲୋଗାନ୍ସ ଇତ୍ୟାଦି ଆକ୍ଟିଭିଟି  କରାଯାଇଥିଲା । 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook