Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସୋଆ ଆଇଡିଏସ୍ ପକ୍ଷରୁ ଆନ୍ତର୍ଜାତିକ ଓରାଲ୍ ଆଣ୍ଡ ମାକ୍ସିଲୋଫେସିଆଲ୍ ଦିବସ ପାଳିତ

    Share on :
    ajab-Image
    Date: Feb 14, 2020    Views: 4049

    ଭୁବନେଶ୍ୱର  : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ ପକ୍ଷରୁ ଆନ୍ତର୍ଜାତିକ ଓରାଲ୍ ଆଣ୍ଡ ମାକ୍ସିଲୋଫେସିଆଲ୍ ଦିବସ ପାଳିତ ହୋଇଯାଇଛି । ଆଇଡିଏସ୍ର ଓରାଲ୍ ଆଣ୍ଡ ମାକ୍ସିଲୋଫେସିଆଲ୍ ସର୍ଜରୀ ବିଭାଗ ଏବଂ ଓରାଲ୍ ଆଣ୍ଡ ମାକ୍ସିଲୋଫେସିଆଲ୍ ସର୍ଜନ୍ସ ଅଫ୍ ଇଣ୍ଡିଆର ରାଜ୍ୟ ଶାଖାର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । 

    କାର୍ଯ୍ୟକ୍ରମରେ ଭୁବନେଶ୍ୱର ଟ୍ରାଫିକ ଡିସିପି ସାଗରିକା ନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଟକ ଏସ୍ସିବି ଡେଂଟାଲ୍ କଲେଜର ଓରାଲ୍ ଆଣ୍ଡ ମାକ୍ସିଲୋଫେସିଆଲ୍ ବିଭାଗର ମୁଖ୍ୟ ଡାକ୍ତର ଇନ୍ଦୁଭୂଷଣ କର ଏବଂ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । 

    ଏହି ଅବସରରେ ଓରାଲ୍ ଆଣ୍ଡ ମାକ୍ସିଲୋଫେସିଆଲ୍ ସର୍ଜନ୍ସ ଅଫ୍ ଇଣ୍ଡିଆର ରାଜ୍ୟ ଶାଖାର ସଭାପତି ପ୍ରଫେସର ଡାକ୍ତର ସ୍ୱର୍ଣ୍ଣାଭ ପଟ୍ଟନାୟକ, ସଂପାଦକ ପ୍ରଫେସର ଡାକ୍ତର ସ୍ଥିତପ୍ରଜ୍ଞା ଲେଙ୍କା, ଆଇଡିଏସ୍ର ଓରାଲ୍ ଆଣ୍ଡ ମାକ୍ସିଲୋଫେସିଆଲ୍ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଶୋଭନ୍ ମିଶ୍ର ଏବଂ ଆଇଡିଏସ୍ର ଡିନ୍ ପ୍ରଫେସର ଡାକ୍ତର ନୀତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । 

    ଏହି ଅବସରରେ ଆଇଡିଏସ୍ ଏବଂ ହାଇଟେକ୍ ଡେଂଟାଲ୍ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ପରିବେଷଣ କରାଯିବା ସହ କୁଇଜ୍ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କୃତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା । 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook