Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛତିଶଗଡ଼ ସୁକମାରେ ଏନକାଉଣ୍ଟର. ୪ ମାଓବାଦୀ ନିହତ

banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ରୋଗ ଚିହ୍ନଟ କରିବ ସ୍ନିଫର ଡଗ୍

    Share on :
    ajab-Image
    Date: Mar 29, 2020    Views: 2795


    ସୁରକ୍ଷା ଏଜେନ୍ସି ଗୁଡ଼ିକ ଦ୍ୱାରା ବ୍ୟବହାର କରାଯାଉଥିବା ସ୍ନିଫର ଡଗ କରୋନା ରୋଗୀଙ୍କୁ ଚିହ୍ନଟ କରିପାରିବେ । ଅବଶ୍ୟ ଏଥିପାଇଁ ସେମାନଙ୍କୁ କିଛିଟା ପ୍ରଶିକ୍ଷଣ ଦେବାକୁ ପଡ଼ିବ । ବି୍ରଟେନରେ ଏକ ସରକାରୀ ସଂସ୍ଥା ତରଫରୁ ଏବେ କରୋନା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ବିମାନବନ୍ଦରଗୁଡ଼ିକରେ ସ୍ନିଫର ଡଗ ମୁତୟନ କରିବା ପାଇଁ ଯୋଜନା କରାଯାଇଛି । ଏହି ଉଦେ୍ଧଶ୍ୟରେ ସ୍ନିଫର ଡଗମାନଙ୍କୁ ୬ ସପ୍ତାହ ପାଇଁ ପ୍ରଶିକ୍ଷଣ ଦିଆଯିବ । ପୂର୍ବରୁ ମାଲେରିଆ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସ୍ନିଫର ଡଗ୍ ଚିହ୍ନଟ କରିବାର ନଜିର ରହିଛି । ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ରୋଗର ବି ଏକ ଗନ୍ଧ ରହିଛି । ତେଣୁ କୌଣସି ବ୍ୟକ୍ତି କିଛି ବି ରୋଗରେ ଆକ୍ରାନ୍ତ ହେଲେ ସେଇ ରୋଗର ଗନ୍ଧକୁ ବାରି ଗୁଇନ୍ଦା କୁକୁର ଗୁଡ଼ିକ ଉକ୍ତ ରୋଗୀକୁ ଚିହ୍ନଟ କରିପାରିବେ । ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟି୍ରପିକାଲ ମେଡିସିନରେ ଏ ନେଇ କୁକୁରମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ବୈଜ୍ଞାନିକମାନଙ୍କ ଦାବି ମୁତାବକ, ପ୍ରତ୍ୟେକ ରୋଗର ଭିନ୍ନ ଭିନ୍ନ ଗନ୍ଧ ରହିଥାଏ । ଏହା ବ୍ୟତୀତ କୁକୁରମାନେ ମଣିଷ ଚର୍ମର ତାପମାତ୍ରା ଏବଂ କେତେକ ପରିବର୍ତ୍ତନକୁ ସହଜରେ ଚିହ୍ନଟ କରିପାରନ୍ତି । ନିଜର ଘ୍ରାଣ ଶକ୍ତି ଦ୍ୱାରା କୁକୁର ମ୍ୟାଲେରିଆ ରୋଗୀଙ୍କୁ ମଧ୍ୟ ଚିହ୍ନଟ କରିପାରନ୍ତି । ଏଣୁ ସେମାନଙ୍କୁ ତାଲିମ ଦିଆଗଲେ ସେମାନେ ଖୁବ ସହଜରେ କରୋନା ରୋଗୀଙ୍କୁ ମଧ୍ୟ ଚିହ୍ନଟ କରିପାରିବେ । ଲାବ୍ରାଡର ପ୍ରଜାତିର କୁକୁରଙ୍କ ଘ୍ରାଣ ଶକ୍ତି ସବୁଠାରୁ ଅଧିକ ରହିଥାଏ । ଏଣୁ ଏହି ପ୍ରଜାତିର କୁକୁରଙ୍କୁ ହିଁ ତାଲିମ  ଦିଆଯିବ । ଏହି ତାଲିମ ଯଦି ସଫଳ ହୁଏ ତେବେ ଏହି କରୋନା ମୁକାବିଲା ନିମନ୍ତେ ବେଶ ସହାୟକ ହେବ । ତାଲିମପ୍ରାପ୍ତ କୁକୁରଙ୍କୁ ବିମାନ ବନ୍ଦରରେ ନିୟୋଜିତ କରାଯିବ । ଯାହା ଦ୍ୱାରା କୌଣସି କରୋନା ଆକ୍ରାନ୍ତଙ୍କୁ ରାଜ୍ୟ ବା ଦେଶ ମଧ୍ୟରେ ପ୍ରବେଶ କରିବାରୁ ରୋକା ଯାଇପାରିବ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook