Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ

    Share on :
    ajab-Image
    Date: May 29, 2020    Views: 3029

    ବାରିପଦା: ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଖାଣ୍ଡିଆ ପଞ୍ଚାୟତର ବଡ଼ଦନାମରା ଗ୍ରାମରେ ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ।  ସେହି ଥାନା ଅଞ୍ଚଳରେ  ରହୁଥିବା ଦୁଇ ସଢ଼ୁ ସେମାନଙ୍କ ଶଶୁର ଘରକୁ ବୁଲିବାକୁ ଯାଇଥିଲେ। ସେମାନଙ୍କର ଦୁଇ ଝିଅ ନାନୀତ (୧୧) ଓ  ରୋଜି(୧୧) ରାତିରେ ଶୋଇଥିବା ସମୟରେ ଏକ ଚିତି ସାପ ଦୁହିଁଙ୍କୁ କାମୁଡି ଦେଇଥିଲା । ପ୍ରଥମେ ଗୁରୁତର ଦୁଇ ଝିଅଙ୍କୁ ରଙ୍ଗମାଟିଆ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବାରିପଦା ସ୍ଥିତ ପିଆରଏମ ମେଡିକାଲକୁ ଆଣିଥିଲେ ପରିବାର ଲୋକେ। ଏଠାରେ ଚିକିତ୍ସା ଚାଲିଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

     

    Maximum 500 characters

    ଆଂଚଳିକ View all

    Find Us on Facebook