Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଯୁବ କଂଗ୍ରେସ କଳି : ଯୁବ କଂଗ୍ରେସ ସଭାପତିଙ୍କ ନାମରେ ସଂଗୀନ ଅଭିଯୋଗ

    Share on :
    ajab-Image
    Date: Mar 22, 2021    Views: 3432

    ଭୁବନେଶ୍ୱର : ଯୁବ କଂଗ୍ରେସରେ ସବୁ କିଛି ଠିକ ଚାଲିନାହିଁ  । ବରିଷ୍ଠମାନଙ୍କ ଭଳି ଯୁବ କଂଗ୍ରେସରେ ବି କଳି ଜୋରଧରିଛି  । ତେବେ ଏଭଳି କଳି ନୂଆ ହୋଇନଥିଲେବି ଜଣେ ଯୁବ ନେତା ଯୁବ କଂଗ୍ରେସର ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି  । ଯାହା ଏବେ କଂଗ୍ରେସ ଅଳିନ୍ଦରେ ଆଲୋଡ଼ନ ସୃଷ୍ଟିକରିଛି  ।

    କଂଗ୍ରେସ ମିଡ଼ିଆ ସେଲର ପୂର୍ବତନ ଅଧ୍ୟକ୍ଷ ନିହାର ରଂଜନ ବେହେରା କହିଛନ୍ତିଯେ, ସ୍ମୃତି ଅନେକ ଝିଅଙ୍କ ସହ ସମ୍ପର୍କ ରଖିବା ସହ ବ୍ଲାକମେଲିଂ ବି କରିଛନ୍ତି । ଦଳର ମହିଳାଙ୍କୁ ପଦପଦବୀରେ ରଖିବାକୁ କହି ସେ ଯୌନ ନିର୍ଯ୍ୟାତନା ଦେଉଥିବା ଭଳି ଅଭିଯୋଗ ବାଢ଼ିଛନ୍ତି  । ନିଜ ଅଭିଯୋଗକୁ ପ୍ରମାଣ କରିବାକୁ ଯାଇ କିଛି ହ୍ୱାଟସଆପ ମେସେଜ ଓ ଅଡ଼ିଓ କ୍ଲିପ ବି ଉପସ୍ଥାପିତ କରିଛନ୍ତି  ।

    ନିହାର କହିଛନ୍ତିଯେ, ସ୍ମୃତି କହିଥିଲେ ସମସ୍ତଙ୍କୁ ନେଇ ଚାଲିବୁ  । କିନ୍ତୁ ସେ କାହାକୁ ଭେଟୁନାହାନ୍ତି  । ସେ ମୋତେ କଂଗ୍ରେସରୁ ନିଲମ୍ବିତ ବୋଲି କହୁଛନ୍ତି  । ଯଦି ମୁଁ ନିଲମ୍ବିତ ତେବେ କଂଗ୍ରେସ କାର୍ଯ୍ୟକ୍ରମରେ କେମିତି ଯୋଗଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି  । ସେହିପରି ଯେଉଁ ଝିଅକୁ ସେ ଯୌନ ନିର୍ଯ୍ୟାତନା ଦେଇଛନ୍ତି ତାଙ୍କୁ ସେ ଧମକ ଦେଉଛନ୍ତି  । ସେ ମିଛକୁ ସତ କରିବାକୁ ଯୋଜନା କରୁଛନ୍ତି  । ଏହା ଏକ କଳଙ୍କିତ ଅଧ୍ୟାୟ  ।  ସ୍ମୃତି ଜଣେ ଅଥର୍ବ ବୋଲି ନିହାର କହିଛନ୍ତି  ।

    ଓଡ଼ିଶା ବନ୍ଦ ବେଳେ ସ୍ମୃତିଙ୍କୁ ଦେଖିବାକୁ ମିଳିନଥିଲା ବୋଲି ନିହାର ଅଭିଯୋଗ କରିଛନ୍ତି  । ସେ ପିସିସି ସଭାପତିଙ୍କ ଫଟୋ ମାରୁନାହାନ୍ତି  । କର୍ମୀ ସମ୍ମିଳନୀ ବଦଳରେ ବନ୍ଧୁ ମିଳନ କରୁଛନ୍ତି  । ଏନେଇ ଆମେ ଏଆଇସିସିକୁ ଜଣାଇଛୁ, ଓଡ଼ିଶା ପ୍ରଭାରୀଙ୍କୁ ଅବଗତ କରିଛୁ  । ଯଦି ସ୍ମୃତି ସଭାପତି ରହିବେ ତେବେ ଆମ ସଦସ୍ୟ ଟଙ୍କା ଫେରାଇ ଦେବାକୁ ଦାବି କରିବୁ ବୋଲି ନିହାର ପ୍ରକାଶ କରିଛନ୍ତି  ।

    ଅପରପକ୍ଷରେ ଏଭଳି ଅଭିଯୋଗ ଓ ଭିତିହୀନ ଏବଂ ତାଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି  । ନିହାର ଯୁବ କଂଗ୍ରେସର କାର୍ଯ୍ୟକର୍ତା ନୁହଁନ୍ତି ବୋଲି ସ୍ମୃତି କହିଛନ୍ତି  ।

     

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook