Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସ୍ମୃତିରଞ୍ଜନ ଲେଙ୍କା ପ୍ରଦେଶ ଯୁବ କଂଗ୍ରେସର ନୂତନ ସଭାପତି

    Share on :
    ajab-Image
    Date: Jun 19, 2020    Views: 3731

    ଭୁବନେଶ୍ୱର: ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି ଭାବେ ନିଯୁକ୍ତି ମିଳିଛି । ଦିଲ୍ଲୀରେ ଅଖିଳ ଭାରତ ଯୁବ କଂଗ୍ରେସର ସଭାପତି ବି ଭି ଶ୍ରୀନିବାସନ ପ୍ରେସ ବିଜ୍ଞପ୍ତି ଜରିଆରେ ଡକ୍ଟର ଲେଙ୍କାଙ୍କ ନୂତନ ଦାୟିତ୍ୱ ବିଷୟରେ ଘୋଷଣା କରିଛନ୍ତି । ପୂର୍ବରୁ ସର୍ବଭାରତୀୟ ସ୍ତରରେ ଯୁବ କଂଗ୍ରେସ ସଂଗଠନରେ ଡକ୍ଟର ଲେଙ୍କା ଖୁବ ସକ୍ରିୟ ଥିଲେ । ଓଡ଼ିଶାରୁ ଏକମାତ୍ର ପ୍ରତିନିଧି ଭାବେ ଅଖିଳ ଭାରତ ଯୁବ କଂଗ୍ରେସର ପ୍ରତିନିଧିତ୍ୱ କରୁଥିଲେ । ଜଣେ ଭଲ ସଂଗଠକ ଭାବେ ଜଣାଶୁଣା ଡକ୍ଟର ଲେଙ୍କା ଗତ ଦୁଇ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଆସାମ, ତି୍ରପୁରା, ମେଘାଳୟ ଆଦିରେ ଯୁବ କଂଗ୍ରେସ ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଜଣେ ଉଚ୍ଚ ଶିକ୍ଷିତ ସଂଗଠକଙ୍କୁ ପ୍ରଦେଶ ଯୁବ କଂଗ୍ରେସର ସଭାପତି ଦାୟିତ୍ୱ ଦିଆଯାଇ ଦଳ ପକ୍ଷରୁ ସକରାତ୍ମକ ସଂକେତ ଦିଆଯାଇଛି । ଗତ କିଛି ଦିନ ଧରି ସ୍ଥାଣୁ ପାଲଟିଥିବା ଯୁବ କଂଗ୍ରେସ ସଂଗଠନ ତାଙ୍କ ନେତୃତ୍ୱରେ ମଜଭୁତ ହେବ ବୋଲି ଆଶା କରାଯାଉଛି । କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ କୁଶପଙ୍ଗୀ ଗ୍ରାମରେ ଜଣେ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି ଡକ୍ଟର ଲେଙ୍କା । ନୂତନ ନିଯୁକ୍ତି ପରେ ସେ କହିଛନ୍ତି ଯେ କରୋନା ମହାମାରୀ ଜନିତ ବିଶ୍ୱସଂକଟ ବେଳେ ଦଳ ତାଙ୍କ ଉପରେ ଭରସା କରି ଯୁବ କଂଗ୍ରେସ ସଭାପତି ଭଳି ଗୁରୁ ଦାୟିତ୍ୱ ଦେଇଛି । ଆଗାମୀ ଦିନରେ ଯୁବକଙ୍କୁ ସଂଗଠିତ କରି ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବା, ବେକାରୀ ଓ ଦାଦନ ଭଳି ସମସ୍ୟା ବିରୁଦ୍ଧରେ ଦୃଢ଼ ଭାବେ ସ୍ୱର ଉତ୍ତୋଳନ କରିବା ଏବଂ ଯୁବ ବର୍ଗଙ୍କୁ ନ୍ୟାର୍ଯ୍ୟ ଅଧିକାର ଦେବା ଆଦି ତାଙ୍କ ଫୋକସରେ ରହିବ । ସେହିପରି ରାଜ୍ୟର ବିଜେଡି ସରକାର ଏବଂ କେନ୍ଦ୍ରର ଏନଡିଏ ସରକାରଙ୍କ ଜନବିରୋଧି କାର୍ଯ୍ୟ ଓ ନୀତି ବିରୁଦ୍ଧରେ ଗଣତାନ୍ତ୍ରିକ ପ୍ରତିବାଦକୁ ଜୋରଦାର କରାଯିବ । ନୂତନ ନିଯୁକ୍ତି ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏଇଆଇସିସି ସମ୍ପାଦକ ଡକ୍ଟର ବିଶ୍ୱ ରଞ୍ଜନ ମହାନ୍ତି, ଏଆଇସିସି ଯୁବ କଂଗ୍ରେସ ପ୍ରଭାରୀ କି୍ରଷ୍ଣା ଆଲାବାରୁ, ଅଖିଳ ଭାରତ ଯୁବକ କଂଗ୍ରେସ ସଭାପତି ବିଭି ଶ୍ରୀନିବାସ, ଯୁବ କଂଗ୍ରେସର ଓଡ଼ିଶା ପ୍ରଭାରୀ ପ୍ରତିଭା ରଘୁବଂଶୀ ଓ ରିଆଜୁଲ ଅନାସାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି କଂଗ୍ରେସ ଗୁଜୁରାଟ ସହପ୍ରଭାରୀ ଡକ୍ଟର ବିଶ୍ୱ ରଞ୍ଜନ ମହାନ୍ତିଙ୍କ ସମେତ ବହୁ କଂଗ୍ରେସ ନେତା ଡକ୍ଟର ଲେଙ୍କାଙ୍କୁ ଶୁଭକାମନା ଜଣାଇଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook