Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଓ ଦଳିତ ବିରୋଧୀ – ଡ. ସ୍ମୃତିରଂଜନ ଲେଙ୍କା

    Share on :
    ajab-Image
    Date: Nov 8, 2020    Views: 3258

    ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ବୃତିରାଶି କାଟ ପ୍ରସଙ୍ଗ
    ଭୁବନେଶ୍ୱର   -  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କର ବୃତି ରାଶି କାଟ କରି ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଂଜନ ଲେଙ୍କା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ୨୦୨୦ ମସିହା ନଭେମ୍ବର ୩ ତାରିଖ ଦିନ ଉପନିର୍ବାଚନର ଠିକ୍ ଭୋଟ ପଡିବା ପରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁଥିରେ ଦେଖାଯାଉଛି ସରକାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତରେ କଂଟା ସାଜିଛନ୍ତି ।
    ସେମାନଙ୍କୁ ମାଟି୍ରକ୍ ପରେ ମିଳୁଥିବା ବୃତିରାଶିକୁ କମାଇ ଦେଇଛନ୍ତି, ଯାହା ଛାତ୍ରଛାତ୍ରୀମାନଙ୍କୁ ଅତ୍ୟନ୍ତ ନିରୁତ୍ସାହିତ କରିବ ବୋଲି ଡ. ଲେଙ୍କା କ୍ଷୋଭ ପ୍ରକାଶ କରିଛନ୍ତି । ଏହା ଏକ କେନ୍ଦ୍ରୀୟ ଯୋଜନା, କେନ୍ଦ୍ରରେ ଉପା ସରକାର ଥିଲାବେଳେ ୨୦୧୩-୧୪ ପର୍ଯ୍ୟନ୍ତ ଶତ ପ୍ରତିଶତ ଅନୁଦାନ ମିଳୁଥିଲା । କିନ୍ତୁ ଦୁଃଖର ବିଷୟ କେନ୍ଦ୍ରରେ ମୋଦି ସରକାର ଏହାକୁ କେଉଁ ଆଧାରରେ କାଟିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେ ବର୍ତମାନ ସମଗ୍ର ବିଶ୍ୱ କରୋନା ମହାମାରୀ ସହ ଲଢେ଼ଇ କରୁଥିବା ବେଳେ ଲୋକମାନେ ଜୀବନ ଜୀବିକା ସହ ସଂଘର୍ଷ କରୁଛନ୍ତି । ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି । ଲୋକମାନଙ୍କର ଆର୍ଥିକ ସ୍ଥିତି ଭୁଷୁଡି ଯାଇଛି । ଠିକ୍ ଏହି ସମୟରେ ବୃତିରାଶି କାଟ୍ କରିବା କେତେଦୂର ଯଥାର୍ଥ ବୋଲି ଡ. ଲେଙ୍କା ପ୍ରଶ୍ନ କରିଛନ୍ତି ।
     
    ଯେଉଁ ବି-ଟେକ୍ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୬୦ ହଜାର ଟଙ୍କା ବୃତି ମିଳୁଥିôଲା, ଏବେ ତାହା କମି ୨୫ ହଜାରରେ ପହଂଚିଥିବା ବେଳେ ଏମ୍.ଟେକ୍ ୬୬ ହଜାର ପରିବର୍ତେ ୨୫ ହଜାର, ବିଏଏମ୍ଏସ୍ ୪୫ ହଜାର ପରିବର୍ତେ ୨୫ ହଜାର, ଏମ୍ବିଏ ୬୫ ହଜାର ପରିବର୍ତେ ୨୫ ହଜାର, ଏମ୍ସିଏ ୪୦ ହଜାର ପରିବର୍ତେ ୨୫ ହଜାର, ବିଏଚ୍ଏମ୍ଏସ୍ ୪୦ ହଜାର ପରିବର୍ତେ ଏହା କମି ୭୨୦୦ ଟଙ୍କାରେ ପହଂଚିଛି । ସେହିପରି ବହୁ କୋର୍ସର ବୃତିରାଶି କମାଇ ଦିଆଯାଇଛି । ଏହି ପରିସ୍ଥିତିରେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନେ କିପରି ପାଠ ପଢ଼ିବେ ତାହା ସନେ୍ଦହ ସୃଷ୍ଟି କରୁଛି । ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷରେ ପୁରୁଣା ବୃତିରାଶି ପାଇଛନ୍ତି, ଏବେ ସେମାନେ ଆସନ୍ତା ବର୍ଷମାନଙ୍କରେ ଏତେ କମ୍ ରାଶି ପାଇ କେମିତି ପାଠ ପଢିବେ ତାହାକୁ ନେଇ ଦୃଢ଼ ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି ଡ. ଲେଙ୍କା । ଓଡିଶା ସରକାର ପ୍ରତିଟି ବିଲ୍ରେ କେନ୍ଦ୍ର ସରକାରକୁ ଦୃଢ଼ ସମର୍ଥନ କରିଆସିଛନ୍ତି ରାଜ୍ୟ ସରକାର । କିନ୍ତୁ ଏ କ୍ଷେତ୍ରରେ କ’ଣ ପାଇଁ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ତେଣୁ ଏଥିରୁ ପ୍ରମାଣିତ ଉଭୟ ସରକାର ଆଦିବାସୀ ଓ ଦଳିତ ବିରୋଧୀ । ଯଦି ଆଗାମୀ ଦିନରେ ଉଭୟ ସରକାର ଏହାର ଉତର ରଖିବା ସହ ଏହି ବୃତି ରାଶିକୁ ବଢ଼ାଇ ପୁରୁଣା ବୃତିରାଶି ଅନୁସାରେ ନ ଦିଅନ୍ତି ତେବେ ଯୁବ କଂଗ୍ରେସ ଓଡିଶାର ସମସ୍ତ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ଉଭୟ ସରକାରଙ୍କ ମନ୍ତ୍ରୀଙ୍କୁ ଘୋର ବିରୋଧ କରାଯିବ ବୋଲି ଡ. ଲେଙ୍କା ଚେତାବନୀ ଦେଇଛନ୍ତି ।
    ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂକୁନା କହଁର, ରଂଜିତ ପାତ୍ର, ସ୍ୱାଗତ କର, ନଳିନୀକାନ୍ତ ନାୟକ, ଅମ୍ରିତା ଦାସ, ବିଶ୍ୱରଂଜନ ଦାସ, ଆଦିତ୍ୟ ପ୍ରସାଦ ପରିଡା, ସୁଦୀପ୍ କର, ରିତୁଲ୍ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
     
     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook