Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ତ୍ୱଚା ପାଇଁ ଲାଭଦାୟକ ଫୁଲ ଓ ଟମାଟୋର

    Share on :
    ajab-Image
    Date: Feb 23, 2021    Views: 2932

    ଫୁଲ କେବଳ ଆମ ବାତାବରଣକୁ ମହକାଇଥାଏ ତାହା ନୁହେଁ ବରଂ ଏହା ଦ୍ୱାରା ଶାରୀରିକ, ମାନସିକ ଓ ସୌନ୍ଦର୍ୟ୍ୟ ସହ ଜଡିତ ଅନେକ ସମସ୍ୟା ଦୂର କରିଥାଏ। ଏହାକୁ ବିଶେଷ ଭାବେ ଫୁଲ ଚିକିତ୍ସା ବୋଲି କୁହାଯାଏ।  ଆସନ୍ତୁ ଜାଣିବା ସେ ବିଷୟରେ କିଛି କଥା । 
    ୧- ଗୋଲାପ ଫୁଲର ପାଖୁଡା ଖିରରେ ପକାଇ ଫୁଟାଇ ନିୟମିତ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ସୌନ୍ଦର୍ୟ୍ୟ ମଧ୍ୟ ବୃଦ୍ଧି ହୋଇଥାଏ। ଗୋଲାପ ପାଖୁଡାକୁ ଖିରରେ ପକାଇ ପେଷି ଏହାକୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚାର ଚମକ ଦ୍ୱିଗୁଣିତ ହୋଇଥାଏ। ଓଠରେ ଲଗାଇବା ଦ୍ୱାରା ଓଠର କଳାପଣ ଦୂର ହୋଇ ଗୋଲାପି ହୋଇଥାଏ।
    ୨- ସୂର୍ୟ୍ୟମୁଖୀ ଫୁଲକୁ ନଡିଆ ତେଲରେ ମିଶାଇ କିଛି ଦିନ ଯାଏଁ ଖରାରେ ରଖନ୍ତୁ। ଏହାପରେ ଏହାକୁ ନିଜ ଶରୀରରେ ମାଲିସ କରନ୍ତୁ। ଏହାଦ୍ୱାରା ଚର୍ମ ଜନିତ ବିଭିନ୍ନ ରୋଗ ଦୂର ହୋଇଥାଏ।
    ଟମାଟୋ ତ୍ୱଚା ପାଇଁ ବେଶ ଲାଭଦାୟକ। ଟମାଟୋର ରସକୁ ସମ୍ପୂର୍ଣ୍ଣ ମୁହଁରେ ଭଲ ଭାବେ ମାଲିସ କରନ୍ତୁ।ଏହା ମୁହଁର ଅନାବଶ୍ୟକ ତୈଳକୁ ନିୟନ୍ତ୍ରଣ କରିଥାଏ।
    ୧ ଚାମଚ ବେସନ, ଅଧ ଚାମଚ ସର, ଅଧ ଚାମଚ ମହୁ, ୨ ଚାମଚ ଟମାଟୋ ରସରେ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ନିଜ ମୁହଁରେ ଲଗାଇ କିଛି ସମୟ ରଖି ଦିଅନ୍ତୁ। ଏହା ପରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏହି ଫେସପ୍ୟାକର ବ୍ୟବହାର କରନ୍ତୁ। ନିଜେ ଏହାର ଚମତ୍କାର ଅନୁଭବ କରିବେ।
    ଟମାଟୋର ଏକ ଛୋଟ ଅଂଶକୁ ମୁହଁରେ ଭଲ ଭାବେ ମାଲିସ କରନ୍ତୁ।
    ନିୟମିତ ଟମାଟୋ ରସକୁ ମୁହଁରେ ଲଗାଇବା ଦ୍ୱାରା ମୁହଁରେ କୁଞ୍ଚନ ସୃଷ୍ଟି ହୋଇନଥାଏ।
    ମୁହଁ ସତେଜ ରହିଥାଏ। ଏଥିରେ ଭିଟାମିନ ସି ପ୍ରଚୁର ପରିମାଣରେ ଥିବାରୁ ତ୍ୱଚା ପାଇଁ ବେଶ ଲାଭଦାୟକ ହୋଇଥାଏ। ତ୍ୱଚାକୁ ସଫା ମଧ୍ୟ ରଖିଥାଏ।

    Maximum 500 characters

    ବିଶେଷ View all

    Find Us on Facebook