Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରାତିରେ ଶୋଇବା ପୂର୍ବରୁ ଏପରି ନିଅନ୍ତୁ ତ୍ୱଚାର ଯତ୍ନ

    Share on :
    ajab-Image
    Date: Feb 22, 2021    Views: 2962

    ତ୍ୱଚାକୁ ସୁସ୍ଥ ରଖିବା ପାଇଁ , ରାତିରେ ଶୋଇବା ପୂର୍ବରୁ ତ୍ୱଚାର ଖାସ୍ ଯତ୍ନ ନେବା ଆବଶ୍ୟକ । ରାତିରେ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ଏହା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ତେବେ ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ କିପରି ତ୍ୱଚାର ଯତ୍ନ ନେବା ଆବଶ୍ୟକ ।
    -ରାତିରେ ଶୋଇବା ପୂବରେ ତ୍ୱଚାରେ ଲାଗିଥିବା ମେକ୍‌ଅପ୍ ରିମୁଭ୍ କରିବା ଅତ୍ୟନ୍ତ ଜରୁରୀ । ତ୍ୱଚାକୁ କପଡାରେ ରଗଡି ସଫା ନକରି, ମେକ୍‌ଅପ୍ ରିମୁଭର କିମ୍ବା ନଡିଆ ତେଲ ବ୍ୟବହାର କରି ରିମୁଭ୍ କରିବା ଆବଶ୍ୟକ ।

    -ତ୍ୱଚାରୁ ମେକ୍‌ଅପ୍ ରିମୁଭ୍ କରିବା ପରେ, କ୍ଲିନଜର ଲଗାଇବା ଉଚିତ୍ । ଏହା ତ୍ୱଚାକୁ ଭଲଭାବେ ପରିଷ୍କାର କରିବାରେ ସାହାଯ୍ୟ କରେ । ତ୍ୱଚାରେ କିଛିବି ବ୍ୟବହାର କରିବା ପୂର୍ବରୁ , ତ୍ୱଚାକୁ ପରିଷ୍କାର କରିବା ଜରୁରୀ ।

    -ତ୍ୱଚାରେ କ୍ଲିନ୍‌ଜର୍ ଲଗାଇବା ପରେ, ଟୋନର ଲଗାଇବା ଆବଶ୍ୟକ । ରାତିରେ ଶୋଇବା ପୂର୍ବରୁ ଟୋନର ବ୍ୟବହାର କରିବା ଅତି ଆବଶ୍ୟକ । ଏହାଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।

    -ରାତିରେ ଶୋଇବା ପୂର୍ବରୁ ତ୍ୱଚାରେ କ୍ଲିନ୍‌ଜର୍‌,ଟୋନର ଲଗାଇବା ପରେ ,କ୍ରୀମ୍ କିମ୍ବା ସେରମ ଲଗାଇ ଧିରେ ଧିରେ ତ୍ୱଚାକୁ ମସାଜ୍ କରିବେ । ଏପରି କରିବା ଦ୍ୱାରା ତ୍ୱଚା ସୁସ୍ଥ ଏବଂ ଚମକଦାର ହୋଇଥାଏ ।

    Maximum 500 characters

    ବିଶେଷ View all

    Find Us on Facebook