ମୁଖ୍ୟ ଖବର
ମୁମ୍ବାଇ : ‘କଙ୍ଗନା ରାନାୱତ ଦେଶଦ୍ରୋହୀ, ବେଇମାନ ଓ ମାନସିକ ବିକୃତ ।’ ଶିବସେନା ମୁଖପତ୍ର ସାମ୍ନାରେ ଏଭଳି ଟିପ୍ପଣୀ ଦିଆଯାଇଛି । ଏପରିକି ଏଭଳି ଦେଶଦ୍ରୋହୀକୁ ମୋଦି ସରକାର ସୁରକ୍ଷା ଦେଉଥିବାରୁ ସମାଲୋଚନା କରାଯିବା ସହ ବରିଷ୍ଠ ସାମ୍ବାଦିକମାନଙ୍କୁ ହାରାମଖୋର ବୋଲି କୁହାଯାଇଛି । ତେବେ ଏନେଇ କଙ୍ଗନା କହିଛନ୍ତିଯେ, ସେ ମୁମ୍ବା ଦେବୀଙ୍କ ଆଶୀର୍ବାଦରୁ ମୁମ୍ବାଇରେ ଅଛନ୍ତି । ମହାରାଷ୍ଟ୍ରର ଅସ୍ମିତା ପାଇଁ ସେ ନିଜର ଜୀବନ ବି ଦେଇପାରିବେ ।
ମୁମ୍ବାଇକୁ ପାକ ଅଧିକୃତ କାଶ୍ମୀର ଭଳି ତୁଳନା , ମୁମ୍ବାଇ ପୁଲିସକୁ ମାଫିଆ ଭଳି ଶବ୍ଦ ବ୍ୟବହାର କରି ଅପମାନିତା କରିବା ହେଉଛି ତାଙ୍କର ମାନସିକ ବିକୃତିର ଲକ୍ଷଣ । ମହାରାଷ୍ଟ୍ରର ୧୧ କୋଟି ମରାଠୀ ଜନତା ଓ ମୁମ୍ବାଇର ଅପମାନ ଦେଶଦ୍ରୋହ ଭଳି ଅପରାଧ ।
ସେହିପରି ଯେଉଁ ଗଣମାଧ୍ୟମଗୁଡ଼ିକ ଏଭଳି ରାଜଦ୍ରୋହୀଙ୍କୁ ସମର୍ଥନ କରୁଛନ୍ତି ସେମାନେ ହାରାମଖୋର । ଯେଉଁମାନେ ମହାରାଷ୍ଟ୍ରର ବେଇମାନଙ୍କ ସହ ଠିଆ ହୋଇଛନ୍ତି ସେମାନଙ୍କ ଉପରେ ୧୦୬ ସହିଦଙ୍କର ଅଭିଶାପ ପଡ଼ିବ । ରାଜ୍ୟର ୧୧ କୋଟି ଲୋକ ତାଙ୍କୁ କ୍ଷମା କରିବେ ନାହିଁ ବୋଲି ସାମ୍ନାରେ ଲେଖାଯାଇଛି ।
Comments ସମସ୍ତ ମତାମତ