Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଠାରୁ ହେବ ଔଷଧ ହୋମଡେଲିଭରୀ

ସତ୍ୟନଗରରେ 4ପଜିଟିଭ :ବିଏମସି

କରୋନା ପାଇଁ ଲକଡାଉନ ଅବଧି ବଢିପାରେ !

ଦେଶରେ କରୋନା ମୃତ୍ୟୁ 149କୁ ବୃଦ୍ଧି

ସତ୍ୟନଗର କଣ୍ଟେନ୍ଟମେଣ୍ଟ ଅଂଚଳ ଘୋଷଣା

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଘୋର ଆର୍ଥିକ ବିପର୍ଯ୍ୟୟ ଆସୁଛି: ୟେଚୁରୀ

    Share on :
    ajab-Image
    Date: Feb 22, 2020    Views: 6175

    ଭୁବନେଶ୍ୱର:ଦେଶର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଆଗକୁ ଘୋର ଆର୍ଥିକ ବିପର୍ଯ୍ୟୟ ଆସୁଛି ବୋଲି  ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀ କହିଛନ୍ତି । ଭୁବନେଶ୍ୱରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ  ଯୋଗଦେଇ ସେ ଏହା କହିଛନ୍ତି ।

    ଏହାଛଡ଼ା ସେ କହିଛନ୍ତି ଯେ,  ଗ୍ରାମାଞ୍ଚଳରେ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇଛି । କ୍ରୟ ଶକ୍ତି କମିଛି । ମୁଖ୍ୟତଃ ବିମୁଦ୍ରାକରଣ ପରେ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି ।  ମାନ୍ଦାବସ୍ଥା ଲାଗିଛି । କାରଖାନା ବନ୍ଦ ହେଉଛି । ଲୋକେ ଚାକିରି ହରାଉଛନ୍ତି ।  ଏମିତି ଅବସ୍ଥା ହୋଇଛି ଯେ, ୫ ଟଙ୍କିଆ ବିସ୍କୁଟ ପ୍ୟାକେଟ ବିକ୍ରି ବନ୍ଦ ହେଲାଣି ।  ଯଦି ଅର୍ଥନୀତିକୁ ଠିକଣା ବାଟକୁ ଅଣାନଯାଏ ତେବେ ଘୋର ବିପର୍ଯ୍ୟୟ ଆସୁଛି ।  କେବଳ ପବ୍ଲିକ ଇନଭେଷ୍ଟମେଣ୍ଟ ଦ୍ୱାରା ହିଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ । ପବ୍ଲିକ ଇନଭେଷ୍ଟମେଣ୍ଟ ଦ୍ୱାରା ହିଁ ଚାକିରି ମିଳିବ । ଲୋକଙ୍କ କ୍ରୟ ଶକ୍ତି ବଢିବ । ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ସୀତାରାମ ୟେଚୁରୀ  ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଟ୍ରମ୍ପ କାହିଁକି ଆସୁଛନ୍ତି ଓ କ’ଣ ପାଇଁ ଏତେ ଉତ୍ସାହା ମୁଁ ବୁଝିପାରୁଛି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook