ମୁଖ୍ୟ ଖବର
ନୂଆଦିଲ୍ଲୀ: ପୁନେ ସ୍ଥିତ ସିରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ ପକ୍ଷରୁ ବିକଶିତ କୋଭିସିଲଡ ଟିକାର ୧୧ ନିୟୁତ ଡୋଜ କିଣିବା ଲାଗି କେନ୍ଦ୍ର ସରକାର ଆଦେଶ ପ୍ରଦାନ କରିଛନ୍ତି । ସରକାର ଗୋଟିଏ ଶିଶି ଟିକା ପାଇଁ ୨୦୦ ଟଙ୍କା ପ୍ରଦାନ କରିବେ । ଏଥିସହିତ ସିରମ ଇନଷ୍ଟିଚୁ୍ୟଟ ପରିସରରୁ ଶୀତଳୀକୃତ ସୁବିଧା ଥିବା ଟ୍ରକ ମାଧ୍ୟମରେ ବିମାନ ବନ୍ଦରକୁ ଟିକା ପଠାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହି ଟିକାକୁ କାରଖାନା ପରିସରରୁ ଦେଶର ୪୮ଟି ସରକାରୀ ଡିପୋରେ ପହଞ୍ଚାଇବା ଲାଗି ଦାୟିତ୍ୱ କୁଲ ଏକ୍ସ କୋଲଡ ଚେନ ଲିମିଟେଡ ନାମକ କମ୍ପାନୀ ନେଇଛି ବୋଲି ସିରମର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଦେଶରେ ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ଲାଗି ଘୋଷଣା କରାଯାଇଛି । ଟିକାକରଣର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖଭାଗ କୋଭିଡ ଯୋଦ୍ଧାଙ୍କୁ ଦିଆଯିବ ।
Comments ସମସ୍ତ ମତାମତ