Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଟିକଟକ ହେଲା କାଳ, ନଦୀରେ ବୁଡ଼ି ଜଣେ ମୃତ

    Share on :
    ajab-Image
    Date: Jun 24, 2020    Views: 2258

    ବାଲିକୁଦା: ଟିକଟକ କରିବାକୁ ନଦୀକୂଳକୁ ଯାଇଥିବା ୪ ଜଣ ନାବାଳିକ-ନାବିଳାକ ଭାଇ ଭଉଣୀ ନଈରେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଜଗତସିଂହପୁର ଜିଲ୍ଲା ମାଛଗାଁ ଅଞ୍ଚଳର ଦେବୀନଦୀରେ ଏହି ଦୁଃଖଦ ଘଟଣା ଘଟିିଛି । ଗୁରୁତର ଜଣେ ନାବାଳିକକୁ ବାଲିକୁଦା ଡାକ୍ତରଖାନାରେ ଏବଂ ୨ ନାବାଳିକାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ନାବାଳିକା ହେଉଛନ୍ତି ଜଗତସିଂହପୁର ଥାନା ରାଇବରେଇ ଗାଁର ନିତ୍ୟାନନ୍ଦ ନାୟକଙ୍କ ଝିଅ ପୂଜା (୧୪) ଆହତ ୩ ଜଣ ହେଉଛନ୍ତି ଦେପଡ଼ା ଗାଁର ପ୍ରସାଦ ପରିଡ଼ାଙ୍କ ୧୩ ବର୍ଷର ପୁଅ ଅମରେଶ ଓ ୧୫ ବର୍ଷର ଝିଅ ପ୍ରଜ୍ଞା ଏବଂ ନାଉଗାଁ ଥାନା ଓଷକଣା ଗାଁର ଅବିନାଶ ସ୍ୱାଇଁଙ୍କ ୧୪ ବର୍ଷର ଝିଅ ନିଲମ ।
    ମିଳିଥିବା ସୂଚନା ମୁତାବକ ମଙ୍ଗପୁର ଗାଁର ପ୍ରଭାତ ଜେନାଙ୍କର ଘର ଛାତ ପଡ଼ୁଥିଲା । ସେଥିପାଇଁ ଏହି ୪ ଜଣ ମାମୁ ଘରକୁ ବୁଲି ଆସିଥିଲେ । ଘର ଛାତ ପଡୁଥିବା ବେଳେ ୪ ଭାଇଭଉଣୀ ନଦୀ କୂଳକୁ ଟିକଟକ କରିବା ପାଇଁ ଯାଇଥିଲେ । ନଦୀ କୂଳରେ ସମସ୍ତେ ମୋବାଇଲରେ ସୁଟିଂ କରି ଟିକଟକ କରୁଥିଢବା ବେଳେ ଅସାବଧାନତା ହେତୁ ପୂଜା ନଦୀ ଭିତରକୁ ଖସି ପଡ଼ିଥିଲା । ପୂଜାକୁ ବଞ୍ଚାଇବାକୁ ଯାଇ ଜଣକ ପରେ ଜଣେ ନଦୀ ଭିତରକୁ ପଶିଥିଲେ । ତେବେ ପାଣି ସୁଅରେ ତିନି ଜଣ ଭାସିଯାଉଥିବା ଦେଖି ଅବିନାଶ ସ୍ୱାଇଁଙ୍କ ଝିଅ ନିଲମ ଫୋନ କରି ମାମୁ ଘର ଲୋକଙ୍କୁ ଡାକ ପକାଇଥିଲା ଓ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିଜେ ନଦୀ ଭିତରକୁ ପଶିଥିଲା । କିନ୍ତୁ ନିଲମ ମଧ୍ୟ ଭାସି ଯାଇଥିଲା । ନିଲମର ଫୋନ ପାଇ ନଦୀ କୂଳରେ ମାମୁଁ ଘର ଲୋକ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ବାଲିକୁଦା ଅଗ୍ନିଶମ ବିଭାଗ ମଧ୍ୟ ପହଞ୍ଚିଥିଳେ  । କିନ୍ତୁ ଉଦ୍ଧାର ବେଳକୁ ପୂଜାର ମୃତୁ୍ୟ ଘଟିଥିଲା ।

     

    Maximum 500 characters

    ଆଂଚଳିକ View all

    Find Us on Facebook