Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ‘ଦିଲ ମୋର ମାନେନା’କୁ ନେଇ ଶିବାନୀଙ୍କ ଆଶା

    Share on :
    ajab-Image
    Date: Sep 13, 2020    Views: 3377

    ଓଲିଉଡ ନାୟିକା ଶିବାନୀ ନୂଆ ଚିତ୍ର ‘ଦିଲ ମୋର ମାନେନା’ କୁ ନେଇ ବେଶ ଆଶା ବାନ୍ଧିଛନ୍ତି । ହିମାଂଶୁ ପରିଜାଙ୍କ ନିଦେ୍ର୍ଧଶନାରେ ନିର୍ମିତ ହୋଇଥିବା ଏହି ଚିତ୍ରରେ ଶିବାନୀଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ସ୍ୱରାଜ । ଏକ ଚମକ୍ରାର ପ୍ରେମ କାହାଣୀକୁ ନେଇ ଚିତ୍ରଟି ସମୃଦ୍ଧ ହୋଇଛି । ଶିବାନୀ କହିଛନ୍ତି ଏହାର କାହାଣୀ ପ୍ରତିଟି ଦର୍ଶକଙ୍କୁ ପ୍ରଭାବିତ କରିବ । ଏହାର ଲୋକେସନ ଓ ଗୀତ ମଧ୍ୟ ପ୍ରମୁଖ ଆକର୍ଷଣ ବୋଲି ଶିବାନୀ କହିଛନ୍ତି । ତାଙ୍କୁ ଏଥିରେ ଏକ ଚ୍ୟାଲେଞ୍ଜିଂ ଭୂମିକା ମିଳିଥିବା ସେ ମତବ୍ୟକ୍ତ କରିଛନ୍ତି  । ପୂର୍ବ ଚିତ୍ର ଗୁଡ଼ିକ ଅପେକ୍ଷା ଦର୍ଶକ ତାଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ପାଇବେ । ଏହାର ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ କଟକଣା ଉଠିବା ପରେ ପ୍ରେକ୍ଷାଳୟରେ ମୁକ୍ତି ଲାଭ କରିବ ବୋଲି ଅନ୍ୟତମ ପ୍ରଯୋଜକ, ଅଭିନେତା ଶ୍ରୀଧର ମାଥା ମତବ୍ୟକ୍ତ କରିଛନ୍ତି  । 

    Maximum 500 characters

    ସିନେମା View all

    Find Us on Facebook