Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶୁକ୍ର ଗ୍ରହରେ ଜୀବସତ୍ତା ସଙ୍କେତ, ବାୟୁମଣ୍ଡଳରେ ଫସଫାଇଡ ବାଷ୍ପ

    Share on :
    ajab-Image
    Date: Sep 16, 2020    Views: 3038

    ନୂଆଦିଲ୍ଲୀ: ପୃଥିବୀର ନିକଟତମ ଗ୍ରହ ଶୁକ୍ରରେ ଜୀବସତ୍ତା ସଙ୍କେତ ମିଳିଛି  । ଶୁକ୍ର ବାୟୁମଣ୍ଡଳରେ ଆବିଷ୍କୃତ ହୋଇଥିବା ଫସଫାଇଡ ବାଷ୍ପ ଯୋଗୁଁ ସେଠାରେ ଜୀବସତ୍ତା ସମ୍ଭବ ଥିବା ଆଶା କରି ଅନେକ ମହାକାଶ ବିଜ୍ଞାନୀ ଉତଫୁଲ୍ଲିତ ହୋଇପଡ଼ିଛନ୍ତି  । ଏଥିସହିତ ସୌରମଣ୍ଡଳରେ ଆମେ କ’ଣ ଏକାକୀ ଜୀବଧାରୀ ନା ଅନ୍ତରୀକ୍ଷର ଅନ୍ୟ କେଉଁଠି ଆମ ପରି କିମ୍ବା ଅନ୍ୟ ରୂପରେ ଜୀବ ଚଳପ୍ରଚଳ ହେଉଛନ୍ତି ବୋଲି ଅନେକ ପ୍ରଶ୍ନ ମଧ୍ୟ ଉତ୍ସାହୀ ବୈଜ୍ଞାନିକମାନଙ୍କ ମନକୁ ଆନେ୍ଦାଳିତ କରିଚାଲିଛି  ।
    ସୂଚନା ଥାଉ କି ଶୁକ୍ର ବାୟୁମଣ୍ଡଳରେ ଦେଖାଦେଇଥିବା ଏହି ଫସଫାଇଡ ବାଷ୍ପ ରସୁଣ ପରି ଗନ୍ଧ ଥିବା ଏକ ବିଷାକ୍ତ ଯୌଗିକ ଯାହା କି ଭୂପୃଷ୍ଠସ୍ଥ ଜୀବ ମାନଙ୍କ ଶରୀରରେ ଦେଖାଦେଇଥାଏ  । ଏହାକୁ କୌଣସି ଉପାୟରେ କୃତ୍ରିମ ଭାବେ ଉପôନ୍ନ କରି ହେବ ନାହିଁ  । କାର୍ଡିକ ବିଶ୍ୱ ବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ଜେନ ଗି୍ରଭସଙ୍କ କହିବା ଅନୁଯାୟୀ ଶୁକ୍ରପୃଷ୍ଠର ବହୁ ଉପରେ ଭାସୁଥିବା ମେଘଖଣ୍ଡରେ ସେ ଆବିଷ୍କାର କରିଥିବା ଏହି ବାଷ୍ପର ଅବସ୍ଥିତି ତାଙ୍କୁ ଏପରି ଜୀବନସତ୍ତା ଥିବା କଥା ବିଚାର କରିବାକୁ ଖୋରାକ ଯୋଗାଉଛି । ଯେହେତୁ ଏହା କେବଳ ସଜୀବଙ୍କ ଶରୀରରେ ସମ୍ଭବ, ସୁତରାଂ ଶୁକ୍ରପୃଷ୍ଠରେ ରହିଥିବା କିଛି ଅଣୁଜୀବ କୌଣସି ଅନୁକୂଳ ପରିବେଶରେ ଏପରି ବାଷ୍ପ ଛାଡ଼ିଥିବା ଅନୁମାନ କରାଯାଉଛି । ତେଣୁ ତାଙ୍କ ଅନୁମାନକୁ ଦୃଢ଼ କରିବା ପାଇଁ ଆହୁରି ବଳିଷ୍ଠ ପ୍ରମାଣର ଆବଶ୍ୟକତା ରହିଛି ବୋଲି ଗି୍ରଭସ କହିଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook