Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଟକଣା ସହିତ ଭୁବନେଶ୍ୱରରେ ସପିଂ ଖୋଲିବ ମଲ

    Share on :
    ajab-Image
    Date: Aug 2, 2020    Views: 3758

    ଭୁବନେଶ୍ଵର : ଆଜିଠାରୁ କୋଭିଡ କଟକଣା ସହିତ ଭୁବନେଶ୍ୱରରେ ସପିଂ ମଲ ଖୋଲିବ । କରୋନା ପାଇଁ ୪ ମାସ ବନ୍ଦ ପଡିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଅନୁମତି ପ୍ରଦାନ କରାଯାଇଛି । ରାତି ୯ଟା ପର୍ୟ୍ୟନ୍ତ ମଲ୍ ଖୋଲିବାର ଅନୁମତି ଥିଲେ ହେଁ ଏଥିପାଇଁ ବହୁ କଟକଣା ଲଗାଯାଇଛି।  ବିଏମ୍‌ସି ପକ୍ଷରୁ ସପିଂ ମଲ ଖୋଲିବା ନେଇ ସ୍ବତନ୍ତ୍ର ଏସ୍‌ଓପି ଜାରି କରାଯାଇଛି । ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଏସଓପିରେ କୁହାଯାଇଛି ଯେ ମଲ୍ ପରିସରରେ ଫୁଡ୍ କୋର୍ଟ କିମ୍ବା ଗେମ୍ ଜୋନ ଖୋଲିବ ନାହିଁ । ମଲ୍ ଭିତରେ ଥିବା ସିନେମାହଲ ବନ୍ଦ ରହିବ । କୌଣସି ପ୍ରମୋସନାଲ କାର୍ୟ୍ୟକ୍ରମ ହେବ ନାହିଁ । ଗେମ ଜୋନ, ପିଲାଙ୍କ ପାଇଁ ଖେଳିବା ଏରିଆ ବନ୍ଦ ରହିବ ।

    ମଲ୍ ଭିତରକୁ ପ୍ରବେଶ ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମଲ୍‌ର କର୍ମଚାରୀ ତଥା ଗ୍ରାହକଙ୍କ ମଧ୍ୟରେ ଅନ୍ୟନ ୬ ଫୁଟ୍ ଦୂରତା ବଜାୟ ରଖିବେ । ସମସ୍ତେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବେ । ମଲର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ । ଥଣ୍ଡା କିମ୍ବା ଜ୍ୱର ଥିଲେ ମଲ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ ।

    ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ, କର୍ମଚାରୀ ଓ ଗ୍ରାହମାନେ ଆରୋଗ୍ୟ ସେତୁ ଆପ ଡାଉନଲୋଡ଼ କରନ୍ତୁ । ଯଦି ‘ସଚେତକ ଆପ୍‌’ ଡାଉନଲୋଡ଼ କରି ନାହାନ୍ତି, ତାହେଲ ଏହା ଶୀଘ୍ର କରନ୍ତୁ । ମଲ୍ କୁ ଆସୁଥିବା ବ୍ୟକ୍ତି କିମ୍ବା ଗ୍ରାହକ ଯେପରି ଏକାଠି ହେବେ ନାହିଁ ତା ଉପରେ ମଲ୍ କର୍ତ୍ତୃପକ୍ଷ ଧ୍ୟାନ ଦେବେ । ମଲ୍ ରେ ଅଧିକ ଲୋକଙ୍କ ସମାଗମକୁ ବାରଣ କରାଯିବ । ମଲ କର୍ତ୍ତୃପକ୍ଷ କୋଭିଡ କମ୍ପଲାଏଡ ଅଧିକାରୀ ଭାବେ ଜଣଙ୍କୁ ଦାୟିତ୍ୱ ଦେବେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook