Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଟ୍ୱିନ୍ ସିଟିରେ ଦେଢ଼ଘଣ୍ଟା ଧରି ପ୍ରବଳ ବର୍ଷିଲା

ଓଡିଶା ଫେରିଲେ କେରଳରେ ଫସିରହିଥିବା ୧୬୯ ଓଡିଆ ଝିଅ

ଆଜିଠାରୁ ପୁଣି ଥରେ ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ

ଆଠଗଡ :ପୁଅକୁ ମାରି ବାଡି ପଛ ପଟେ ପୋତି ଦେଇଥିଲା ବାପା

ପୁଣି ୬୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି

banner

ଆଂଚଳିକ

ମୁଖ୍ୟ ଖବର

    ଗ୍ରାହକଙ୍କ ଠିକଣା ନରଖିଲେ ହଜାରେ ତଣ୍ଡ

    Share on :
    ajab-Image
    Date: May 13, 2020    Views: 2937

    ଗଞ୍ଜାମ: ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ସାରା ଓଡ଼ିଶାକୁ କବଳିତ କରିବା ପାଇଁ ଉଦ୍ୟମ ଚଳାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ପଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି ।  ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ନିଜାମୁଦ୍ଧିନ, ତା’ପରେ ପଶ୍ଚିମବଙ୍ଗ ଓ ଏବେ ସୁରଟ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢାଛନ୍ତି ।  ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି । 

     ତେବେ ଏହାରି ଭିତରେ ଗଞ୍ଜାମ ଜିଲ୍ଲାପାଳ  ଜିଲ୍ଲାର ସବୁ  ଦୋକାନୀଙ୍କ ଉଦେ୍ଧଶ୍ୟରେ ଏକ ନିଦେ୍ର୍ଧଶନାମା ଜାରି କରିଛନ୍ତି । ତଦନୁଯାୟୀ ଏଣିକି ଦୋକାକନକୁ ଆସୁଥିବା ସମସ୍ତ ଗ୍ରାହକଙ୍କ ଠିକଣା ସମ୍ପୃକ୍ତ ଦୋକାନୀ ରଖିବେ । ଅନ୍ୟଥା ଦୋକାନ ସିଲ ହେବ ।   ଏହାଛଡ଼ା କରୋନା ଲକଡାଉନ ନିୟମ ନମାନିଲେ ସମ୍ପୃକ୍ତ ଦୋକାନୀ ମାଲିକ ହଜାରେ ଟଙ୍କା ଫାଇନ ବି ଦେବେ ।  ଗ୍ରାହକଙ୍କ ପାଇଁ ସାନିଟାଇଜର ରହିବ । ମାସ୍କ  ନାହିଁ ତ ସଉଦା ନାହିଁ ବୋଲି ଲେଖିବେ ।  ସାମାଜିକ ଦୂରତ୍ୱ ମାନିବେ । ମୁହଁରେ ମାସ୍କ ଓ ହାତରେ ଗ୍ଲୋଭସ ପିନ୍ଧିବେ ।  ଦୋକାନ ଆଗରେ ଚିହ୍ନଟ ସର୍କଲରେ ୨ ମିଟର ଦୂରତ୍ୱ ରଖି ଜିନିଷ କିଣିବେ ବୋଲି ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook