Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଆତ୍ମଜ୍ଞାନଦାୟିନୀ ମା’ ଷୋଡ଼ଶୀ ଦେବୀ

    Share on :
    ajab-Image
    Date: Oct 19, 2020    Views: 2945

    ଷୋଡ଼ଶୀ ଦେବୀ, ଦିବ୍ୟ ଅପରୂପା । ଦଶମହାବିଦ୍ୟାଙ୍କ ମଧ୍ୟରେ ଦେବୀ ତୃତୀୟ ମହାବିଦ୍ୟା । ତନ୍ତ୍ରଶାସ୍ତ୍ରରେ ମା’ଙ୍କୁ ଶ୍ରୀବିଦ୍ୟା ଓ ତି୍ରପୁରାସୁନ୍ଦରୀ କୁହାଯାଏ । ଏପରିକି ମା’ଲଳିତା, ରାଜରାଜେଶ୍ୱରୀ, ପରାଭଟ୍ଟାରିକା ନାମରେ ପ୍ରସିଦ୍ଧ । ସେ ଚତୁର୍ଭୁଜା ଓ ଅରୁଣବର୍ଣ୍ଣା । ପରମଶିବଙ୍କ ଉପରେ ମା’ଆସୀନା । ଦେବୀ ସର୍ବଦା ଷୋଡ଼ଶୀ । ସେ ହସ୍ତରେ ତୀର, ଅଙ୍କୁଶ ଓ ଧନୁ ଧାରଣ କରିଛନ୍ତି । ତି୍ରପୁରା ସୁନ୍ଦରୀ ଷୋଡ଼ଶୀଙ୍କ ଉପାସନା ମୁଖ୍ୟତଃ ଶଙ୍କରାଚାର୍ଯ୍ୟଙ୍କ ପୀଠରେ ହୋଇଥାଏ । ଦେବୀ ସିଦ୍ଧିଦାୟିନୀ । ଆତ୍ମଜ୍ଞାନଦାୟିନୀ ମା’ଙ୍କ ସମସ୍ତଙ୍କର ମନସ୍କାମନା ପୂରଣ କରନ୍ତି । ବଶୀଭୂତ କରିବାରେ ସେ ଶକ୍ତିମୟୀ । ତି୍ରପୁରାସୁନ୍ଦରୀଙ୍କ ସହିତ ଶିବ, କାମେଶ୍ୱର ରୂପେ ଆରାଧିତା । କଟକର ଆଠଗଡ଼ରେ ଥିବା ମା’ଭଟ୍ଟାରିକାଙ୍କୁ ଷୋଡ଼ଶୀ ଭାବେ କଳ୍ପନା କରାଯାଉଛି । ତନ୍ତ୍ରରେ ସୁଦର୍ଶନଙ୍କୁ ଷୋଡ଼ଶୀ ଭାବେ ସ୍ୱୀକାର କରାଯାଇଛି । ତି୍ରପୁରା ସୁନ୍ଦରୀ ସ୍ୱରୂପ ହେଉଛି ମା’ ଅମ୍ବାଙ୍କର । ଏହି ସ୍ୱରୂପରେ ମା’ତି୍ରନେତ୍ରରେ ଦର୍ଶନ ଦେଇଥାନ୍ତି । ଦେବୀ ମୋକ୍ଷଦାୟିନୀ । ଜଗଜ୍ଜନନୀ ମା’ଦୁର୍ଗାଙ୍କର ଏହି ବେଶ ଅତ୍ୟନ୍ତ ଅନିନ୍ଦ୍ୟ ଓ ମହିମାମୟ ।

    Maximum 500 characters

    ସଂସ୍କୃତି View all

    Find Us on Facebook