Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପ୍ରଧାନମନ୍ତ୍ରୀ ଆସନ ହାତେଇବା ଶିବସେନାର ପରବର୍ତ୍ତୀ ଲକ୍ଷ୍ୟ

    Share on :
    ajab-Image
    Date: Jun 21, 2020    Views: 4121

    ମୁମ୍ବାଇ: ମହାରାଷ୍ଟ୍ରରେ ମେଣ୍ଟ ଶାସନ ସମ୍ଭାଳିଥିବା ଉଦ୍ଧବ ଥାକରେଙ୍କ ଶିବସେନା ଦଳର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ପ୍ରଧାନମନ୍ତ୍ରୀ ଆସନ ହାତେଇବା । ଏଥିପାଇଁ ଦଳ ଜାତୀୟ ରାଜନୀତିରେ ଏକ ପରିବର୍ତ୍ତିତ ଭୂମିକା ନିର୍ବାହ ପାଇଁ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି । ଶୁକ୍ରବାର ଦଳର ୫୪ ତମ ପ୍ରତିଷ୍ଠା ଦିବସରେ ଶିବସେନା ସୁପି୍ରମୋ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ କର୍ମୀମାନଙ୍କୁ ଉଦବୋଧନ ଦେଇ ଏଭଳି କିଛି ସଙ୍କେତ କରିଛନ୍ତି । ଜଣେ ଶିବସୈନିକ ହିଁ ଦେଶର ପ୍ରଧାନମନ୍ତ୍ରୀ ହେବାରେ ସେ ଅଧିକ ଆନନ୍ଦିତ ହେବେ ଏବଂ ଜଣେ ଶିବସୈନିକ ଦେଶର ନେତୃତ୍ୱ ନେବା ଲାଗି ସମସ୍ତଙ୍କୁ ତଦନୁସାରେ କାମ କରିବାକୁ ପଡ଼ିବ ବୋଲି ସେ ଦେଇଥିବା ଆହ୍ୱାନ କର୍ମୀମାନଙ୍କୁ ଉତ୍ସାହିତ କରିଛି । ପ୍ରାରମ୍ଭରେ ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କର୍ମୀମାନଙ୍କୁ ସମ୍ବୋଧିତ କରି ପ୍ରତ୍ୟେକ କର୍ମୀ ଦଳର ଅଧ୍ୟକ୍ଷ ଥାକରେଙ୍କ ଭଳି ହେବାକୁ ସେ ଚାହାନ୍ତି ବୋଲି କହିଥିଲେ । ପରେ ସେ ଉଦ୍ଧବଙ୍କୁ ଲକ୍ଷ୍ୟ କରି ‘ଆପଣ ରାଜ୍ୟକୁ ଅତ୍ୟନ୍ତ ଉତ୍ସାହର ସହ ସୁଚାରୁ ରୂପେ ଚଳାଉଛନ୍ତି, ଏଣିକି ଶିବସେନା ଜାତୀୟ ସ୍ତରରେ ନିଜର ଭୂମିକା ନିର୍ବାହ କରୁ ଏବଂ ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁ’ ବୋଲି କହିଥିଲେ । ତେବେ ଉଦ୍ଧବ ଏଥିରେ କୃତି୍ରମ ନା କରି ଜଣେ ଶିବସୈନିକ ହିଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହାନ୍ତି ବୋଲି କହି ପରୋକ୍ଷରେ ନିଜର ସମ୍ମତି ଦେଇଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook