ମୁଖ୍ୟ ଖବର
ରାଉରକେଲା: ଶିବରାତ୍ରୀ ଅବସରରେ ବଡ଼ ଅଘଟଣ ଘଟିଛି । ପାହାଡ଼ ଉପରେ ଥିବା ମନ୍ଦିରରେ ଦର୍ଶନ ବେଳେ ପଥର ଖସି ୧୫ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ହାତୀବାରି ଥାନା କନ୍ଦରକେଲା ଜଟିଆ ବାବା ପାହାଡ଼ରୁ ପଥର ଖସିବାରୁ ଏହି ଅଘଟଣ ଘଟିଛି । ଶ୍ରଦ୍ଧାଳୁମାନେ ଯା’ ଆସ କଲା ବେଳେ ପହାଡ଼ରୁ ହଠାତ ପଥର ଖସିପଡ଼ିଥିଲା । ଏଥିରେ ୧୫ରୁ ଉଦ୍ଧ୍ୱର୍ ଆତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ଗୁରୁତରମାନଙ୍କୁ ରାଉରକେଲା ଆରଜିଏଚରେ ଭର୍ତ୍ତି କରାଯାଇଛି । ପଥର ଖସିବା ସ୍ଥଳରେ ଆଉ କିଛି ଭକ୍ତ ଫସିଥିବା ଆଶଙ୍କା କରାଯାଉଛି । ଉଦ୍ଧାର ପାଇଁ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ଯାଇଥିବା ଜଣାଯାଇଛି । ପୁଲିସ ସହ ୬ଟି ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି ।
ଏହା ପୂର୍ବରୁ ବୀରମିତ୍ରପୁର ନୂଆଗାଁ ବ୍ଲକ କନ୍ଦରକେଲା ଜଟିଆ ପାହାଡ଼ ଶିବ ମନ୍ଦିର ନିକଟରେ ଏହି ଅଘଟଣ ଘଟିଥିଲା । ପ୍ରଭୁ ଶିବଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ିରେ ଶ୍ରଦ୍ଧାଳୁମାନେ ଛିଡ଼ା ହୋଇଥିଲେ । ହଠାତ ପାହାଡ଼ ଖୋଲରୁ ପଥର ଖସିପଡ଼ିଥିଲା । ଫଳରେ ଏଥିରେ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହାତୀବାରି ପ୍ରାଥମିକ ଚିକିତ୍ସାଳୟରେ ଆଶୁ ଚିକିତ୍ସା ପରେ ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରେ ୨ ବର୍ଷର କୁନି ପୁଅ ଓ ୨୪ ବର୍ଷୀୟ ଯୁବତୀ ଓ ଜଣେ ମହିଳା ଅଛନ୍ତି ।
Comments ସମସ୍ତ ମତାମତ