Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଘରେ କଳି : ନୂଆ ଦଳ ଗଢ଼ିବେ ଜଗନଙ୍କ ଭଉଣୀ ଶର୍ମିଳା

    Share on :
    ajab-Image
    Date: Feb 9, 2021    Views: 3579

    ହାଇଦ୍ରାବାଦ: ୱାଇଏସଆର କଂଗ୍ରେସର ସଭାପତି ତଥା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇ.ଏସ.ଶର୍ମିଳା ତେଲଙ୍ଗାନାରେ ଖୁବଶୀଘ୍ର ଏକ ନୂଆ ଆଞ୍ଚଳିକ ଦଳ ଆରମ୍ଭ କରିବେ । ପ୍ରସଙ୍ଗ ସହ ଜଡ଼ିତ ଜଣେ ନେତାଙ୍କ ସୂତ୍ରରୁ ଏହା ଜଣାପଡ଼ିଛି । ତେଲଙ୍ଗାନାରେ ୱାଇଏସଆର କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ମୁତାବକ ଶର୍ମିଳା ଗତ ମଙ୍ଗଳବାର ହାଇଦ୍ରାବାଦର ଲୋଟସ ପଣ୍ଡସ୍ଥିତ ନିଜ ବାସଭବନରେ ଏକ ବୈଠକ ଡାକିଥିଲେ । ଏଥିରେ ପାଖାପାଖି ୩୦ ରୁ ୩୫ ସହଯୋଗୀ ନେତା ସାମିଲ ହୋଇଥିଲେ । ନୂଆ ଦଳ ଗଠନ ଯୋଜନା ସଂକ୍ରାନ୍ତରେ ବୈଠକ ଆଲୋଚନା ହୋଇଛି । ଖୁବଶୀଘ୍ର ଶର୍ମିଳା ଏ ନେଇ ସ୍ପଷ୍ଟ କରିବେ ବୋଲି ଆଶା । ଉଲ୍ଲେଖଯୋଗ୍ୟ, ସୋମବାର ସକାଳୁ ସୋସିଆଲ ମିଡିଆରେ ଶର୍ମିଳାଙ୍କର ଏକ ଫଟୋ ଘୂରିବୁଲୁଥିଲା । ଏହି ଫଟୋରେ ତାଙ୍କୁ ପିତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ ରାଜଶେଖର ରେଡ୍ଡୀଙ୍କ ସହ ଦେଖିବାକୁ ମିଳିଥିଲା । ୱାଇଏସଆରଙ୍କ ଅନୁଗାମୀମାନେ ଲୋଟସ ପଣ୍ଡ ବୈଠକରେ ଯୋଗଦେବାକୁ ଶର୍ମିଳା ଆହ୍ୱାନ ଦେଇଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook