Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଆଂଚଳିକ

ମୁଖ୍ୟ ଖବର

    କଟକରେ ଖୋଲିବ ସେଲୁନ, ଗହଣା ଦୋକାନ

    Share on :
    ajab-Image
    Date: May 4, 2020    Views: 2366

    କଟକ: ଆଜିଠୁ କରୋନା ମିକବିଲା ପାଇଁ ଆରମ୍ଭ ହୋଇଛି ତୃତୀୟ ପର୍ୟ୍ୟାୟ ଲକ୍‌ ଡାଉନ୍‌। ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟରେ ଲାଗୁ ହୋଇଥିବା କଟକଣାକୁ ଏହି ପର୍ୟ୍ୟାୟରେ  ସାମାନ୍ୟ କୋହଳ କରାଯାଇଛି।

    ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ୩ୟ ପର୍ୟ୍ୟାୟ ଲକ୍‌ଡାଉନ୍‌ ଘୋଷଣା ହୋଇଛି । ଆସନ୍ତା ମେ’୧୭ ଯାଏ ଏହି ଲକ୍‌ ଡାଉନ୍‌ ବୃଦ୍ଧି ହୋଇଛି ।

    ଲକଡାଉନ କଟକଣା କୋହଳ ପରେ କଟକରେ ଆଉ କିଛି ଦୋକାନ ଖୋଲିବ । କଟକରେ ସେଲୁନ, ଗହଣା ଦୋକାନ ଓ ମଦ ଦୋକାନ ଖୋଲି ପାରିବ ବୋଲି କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି ।  ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ।  ସ୍ଥାନୀୟ କାରିଗରଙ୍କୁ ନେଇ    ଗହଣା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବାବେଳେ ବାହାର ମିସ୍ତ୍ରୀଙ୍କୁ ମନା କରାଯାଇଛି ।  ମାର୍କେଟ କପ୍ଲେକ୍ସରେ ନଥିବା ସିଙ୍ଗଲ/ମଲଟି ବ୍ରାଣ୍ଡ ମଲ ଖୋଲିପାରିବ ।  ଚୁଟିକଟା ସେଲୁନ, ସ୍ପା ଓ ବିଉଟି ପାର୍ଲର ଖୋଲି ପାରିବ ।  ତେବେ ସେଲୁନ ଓ ବିଉଟି ପାର୍ଲର କର୍ମଚାରୀ ଏନ-୯୫ ମାସ୍କ ପିନ୍ଧିବା ଜରୁରୀ ।  ମଦ ଦୋକାନ ଖୋଲିପାରିବ । କିନ୍ତୁ ସାମାଜିକ ଦୂରତ୍ୱ ବଜୟ ରଖିବା ଜରୁରୀ ବୋଲି କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି ।

    Maximum 500 characters

    ଆଂଚଳିକ View all

    Find Us on Facebook