Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ଯୋଦ୍ଧାରେ ଆସିବେ ଶାହିଦ!

    Share on :
    ajab-Image
    Date: Sep 18, 2020    Views: 3190

    ‘କବୀର ସିଂହ’ ର ଅପାର ସଫଳତା ପରେ ଅଭିନେତା ଶାହିଦ କପୁର ଆକ୍ସନ ଫିଲ୍ମ ପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି । ଆଗକୁ ତାଙ୍କୁ ଶଶାଙ୍କ ଖୈତାନଙ୍କ ନିଦେ୍ର୍ଧଶିତ ଏକ ପ୍ରୋଜେକ୍ଟରେ ଦେଖିବାକୁ ମିଳିପାରେ । ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେବାକୁ ଥିବା ସେହି ଫିଲ୍ମର ଟାଇଟଲ ରହିବ ‘ଯୋଦ୍ଧା’ । ଶାହିଦ ସେଥିପାଇଁ ହଁ ଭରିଦେଇଥିବା ଜଣାପଡ଼ିଛି । ଆସନ୍ତାବର୍ଷ ପ୍ରଥମ ଭାବରେ ତାର ସୁଟିଂ ଆରମ୍ଭ ହୋଇପାରେ । ତେବେ ତାର ଫିମେଲ ଲିଡରେ କିଏ ଆସିବେ ତାହା ଜଣାପଡ଼ିନାହିଁ । ସୂଚନା ଥାଉ କି ଶାହିଦ ଏବେ ଏକ ସାଉଥ ରିମେକ ‘ଜର୍ସି’ର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି ।

    Maximum 500 characters

    ସିନେମା View all

    Find Us on Facebook