Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏପେଟ ମାକୁ ଫାଶୀ ପାଇଁ ପ୍ରସ୍ତୁତି, ସେପଟେ କ୍ଷମା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ ପୁଅ

    Share on :
    ajab-Image
    Date: Feb 20, 2021    Views: 4275

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଅମ୍ରୋହା ହତ୍ୟା ମାମଲାରେ ଦୋଷୀ ସବନମ୍ଙ୍କୁ ଫାଶୀ ପାଇଁ ମଥୁରା ଜେଲ୍ରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସବନମ୍ ତାଙ୍କ ପ୍ରେମିକ ସଲିମ୍ଙ୍କ ସହ ମିଶି ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ଅତି ଽର୍ର ଭାବେ ହତ୍ୟା କରିଥିଲେ । ୨୦୦୮ ମସିହାରେ ଏକ ହତ୍ୟା ମାମଲାରେ ସବନମ୍ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ଏହି ମାମଲାରେ ସବନମ୍ଙ୍କ ରିଭୁ୍ୟ ପିଟିସନ୍ ସୁପି୍ରମକୋର୍ଟରେ ଖାରଜ ହେବା ପରେ ରାଷ୍ଟ୍ରପତି ମଧ୍ୟ ତାଙ୍କ କ୍ଷମା ଆବେଦନକୁ ଖାରଜ କରିଛନ୍ତି । ଅନ୍ୟପକ୍ଷେ ସବନମ୍ ଅଲିଙ୍କ ୧୨ ବର୍ଷୀୟ ପୁଅ ତାଙ୍କ ମା’ଙ୍କୁ କ୍ଷମା କରିଦେବା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି । ତାଙ୍କ ମା’ଙ୍କ କ୍ଷମା ଆବେଦନ ଉପରେ ବିଚାର କରିବା ପାଇଁ ସେ ରାଷ୍ଟଠ୍ରପତିଙ୍କୁ ସୋସିଆଲ୍ ମିଡିଆରେ ଅନୁରୋଧ କରିଛନ୍ତି । ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ସବନମ୍ଙ୍କ ପୁଅ ହାତରେ ଏକ ପ୍ଲାକାର୍ଡ ଧରିଛନ୍ତି ଏବଂ ଏଥିରେ ଲେଖାଅଛି ‘ପ୍ରେସିଡେଣ୍ଟ୍ ଅଙ୍କଲ୍, ମୋ ମା’ଙ୍କୁ ମୁଁ ବହୁତ ଭଲପାଉଛି ଏବଂ ତାଙ୍କୁ ଦୟାକରି କ୍ଷମା କରିଦିଅନ୍ତୁ । ମା’ଙ୍କ ଫାଶୀଦଣ୍ଡ କାର୍ଯ୍ୟକାରୀ ହେବ ବୋଲି ଶୁଣି ସବନମ୍ଙ୍କ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି ବୋଲି କୁହାଯାଉଛି ।
    ଇତିମଧ୍ୟରେ ମଥୁରା ଜେଲ୍ରେ ସବନମ୍ଙ୍କୁ ଫାଶୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମଥୁରାର ଏହି ଜିଲ୍ଲା ଜେଲ୍ ୧୫୦ ପୂର୍ବେ ୧୮୭୦ରେ ନିର୍ମାଣ ହୋଇଥିଲା । ଦେଶରେ ଏହି ଏକମାତ୍ର ଜେଲ୍ରେ କେବଳ ମହିଳା ଫାଶୀ ଗୃହ ରହିଛି । କିନ୍ତୁ ସ୍ୱାଧୀନତା ପରଠାରୁ ଏଠାରେ କୌଣସି ଜଣେ ହେଲେ ମହିଳାଙ୍କୁ ଫାଶୀ ଦିଆଯାଇନଥିଲା । ଦେଶର ପ୍ରଥମ ମହିଳା ଭାବେ ସବନମ୍ଙ୍କୁ ପ୍ରଥମ ଫାଶୀ ମିଳିବ । ସବନମ୍ଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପବନ ଜହ୍ଲାଦ ଜେଲ୍ ପରିସର ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ତେବେ ଫାଶୀ ଗୃହର ରକ୍ଷଣାବେକ୍ଷଣର ଆବଶ୍ୟକତା ରହିଛି । ଫାଶୀ ପୂର୍ବରୁ ଏହାକୁ ଭଲ ଭାବେ ସଜାଡ଼ିବାକୁ ପଡ଼ିବ ବୋଲି ପବନ ଜହ୍ଲାଦ କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook