ମୁଖ୍ୟ ଖବର
ଭୁବନେଶ୍ୱର : ଡିସେମ୍ବର ୧୫ ପରେ ବିଦ୍ୟାଳୟ ଖୋଲିବା ପାଇଁ ଯୋଜନା କରାଯାଇଛି । ତେବେ ପ୍ରଥମେ ୯ମରୁ ଦ୍ୱାଦଶ ଶ୍ରେଣୀକୁ ସ୍ୱାଭାବିକ କରିବା ସକାଶେ ପ୍ରସ୍ତୁତି ହେଉଥିବା ଜାଣିବାକୁ ମିଳିଛି । ଏନେଇ ବରିଷ୍ଠ ପଦାଧିକାରୀଙ୍କୁ ନେଇ ବୈଠକ କରାଯାଇଛି ।
ଡିସେମ୍ବର ପହିଲାରୁ ମେଡ଼ିକାଲ କଲେଜ ଖୋଲିବ ବୋଲି ସରକାର ଘୋଷଣା କରିସାରିଛନ୍ତି । ତେବେ ଡିସେମ୍ବର ତୃତୀୟ ସପ୍ତାହରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଯୋଜନା କରାଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଥିବାରୁ ଏଭଳି ଯୋଜନା ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଚଳିତ ସପ୍ତାହରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ବିଦ୍ୟାଳୟ ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ଜାଣିବାକୁ ମିଳିଛି । ଛାତ୍ରଛାତ୍ରୀମାନେ ସେକ୍ସନ ଓ ରୋଲ ନମ୍ବର ଅନୁସାରେ ବିଦ୍ୟାଳୟ ଆସିବେ । ଯୁଗ୍ମ ଓ ଅଯୁଗ୍ମ ରୋଲ ନମ୍ବରକୁ ନେଇ ପିଲାମାନେ ବିଦ୍ୟାଳୟ ଆସିବେ । ଏହାଦ୍ୱାରା ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବା ସହ ସାମାଜିକ ଦୂରତା ମଧ୍ୟ ରଖାଯାଇପାରିବ ।
Comments ସମସ୍ତ ମତାମତ