Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଛାଡ଼ ପାଇଲେ ଗଣଶିକ୍ଷାମନ୍ତ୍ରୀ, ଫସିଲେ ସତ୍ୟବାଦୀ ବିଧାୟକ

    Share on :
    ajab-Image
    Date: Oct 10, 2020    Views: 4992

    ପୁରୀ: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶବ ସଂସ୍କାର ସମୟରେ ସତ୍ୟବାଦୀ ବିଧାୟକ କୋଭିଡ କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରିଛି । ପୁରୀ ସମୁଦ୍ର କୂଳ ଥାନାରେ ୧୬୧/୨୦ ନମ୍ବରରେ ଏହି ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି । 

    ପୁଲିସ କହିଛି, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହେବା ପରେ ତାଙ୍କ ଶବକୁ ସ୍ୱର୍ଗଦ୍ୱାର ଠାରେ ତୋପ ସଲାମୀ ଦେବା ପରେ ଅନ୍ତିମ ସଂସ୍କାର କରାଯାଇଥିଲା । ଏହି ସମୟରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କରୋନା ଆକ୍ରାନ୍ତ ଥିଲେ । ମାତ୍ର କରୋନା ଆକ୍ରାନ୍ତ ଥାଇ ମଧ୍ୟ ସେ ସ୍ୱର୍ଗତ ମହାରଥୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସମୟରେ ସ୍ୱର୍ଗଦ୍ୱାରରେ ଉପସ୍ଥିତ ରହିଥିଲେ । ତେଣୁ ସେ ଏହି ସମୟରେ କୋଭିଡ କଟକଣା ନିୟମକୁ ଉଲ୍ଲଂଘନ କରିଥିଲେ । ଏହି ସମୟରେ ସେ ଏବଂ ଗଣଶିକ୍ଷା ମନ୍ତ୍ରିୀ ସମୀର ଦାସ କରୋନା ସଂକ୍ରମିତ ଥିବା ବେଳେ କିପରି ସ୍ୱର୍ଗଦ୍ୱାରକୁ ଆସିଲେ ବୋଲି ଅଭିଯୋଗ ହୋଇଥିଲା । ଏନେଇ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭତ୍ତି କରି ପୁଲିସ ଏକ ଷ୍ଟେସନ ଡାଏରି କରିଥିଲା । 

    ଇତି ମଧ୍ୟରେ ସତ୍ୟବାଦୀ ବିଧାୟକ କେବେ ଠାରୁ କରୋନା ଆକ୍ରାନ୍ତ ଥିଲେ ବୋଲି ଜାଣିବା ପାଇଁ ସମୁଦ୍ର କୂଳ ଥାନା ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ ମାଗିଥିଲେ । ଏହି ରିପୋର୍ଟ ପୁଲିସର ହସ୍ତଗତ ହେବା ପରେ ସେ ପ୍ରକୃତରେ ଏହି ଅନ୍ତ୍ୟେଷ୍ଟି କାର୍ଯ୍ୟ ସମୟରେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ସେ କୋଭିଡ ନିୟମକୁ ଉଲ୍ଲଂଘନ କରିଥିବା ଜଣାପଡ଼ିଥିଲା  । ଏହି କାରଣରୁ ସତ୍ୟବାଦୀ ବିଧାୟକ ଶ୍ରୀ ସାମନ୍ତରାୟ ବିରୋଧ ୧୬୧/୨୦ ନମ୍ବରରେ ଏକ ମାମଲା ପୁଲିସ ରୁଜୁ କରିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଏସପି ଅଖିଳେଶ୍ୱର ସିଂଙ୍କୁ ପଚାରିବାରେ କହିଛନ୍ତି, ସ୍ୱର୍ଗତ ମହାରଥୀଙ୍କ ଦେହାନ୍ତ ସମୟରେ ଗଣଶିକ୍ଷାମନ୍ତ୍ରୀ କରୋନା ଆକ୍ରାନ୍ତ ସମୟ ୧୭ ଦିନରୁ ଅଧିକ ହୋଇଯାଇଥିଲା ତେଣୁ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯାଇନାହିଁ । କିନ୍ତୁ ସତ୍ୟବାଦୀ ବିଧାୟକ କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook