Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସଂରକ୍ଷଣ ପାଇଁ ଯୁକ୍ତି ବାଢ଼ିଲେ ସସ୍ମିତ

    Share on :
    ajab-Image
    Date: Mar 10, 2021    Views: 5486

    ଭୁବନେଶ୍ୱର : ମହିଳାମାନଙ୍କୁ ସଂସଦ ଓ ସମସ୍ତ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବାକୁ ରାଜ୍ୟସଭାରେ ଦାବି ଉଠାଇଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଲିଙ୍ଗଗତ ସମାନତା ପାଇଁ ଆମକୁ ଏ ପଦକ୍ଷେପ ନେବା ଜରୁରୀ ବୋଲି ସସ୍ମିତ ଯୁକ୍ତି ଦର୍ଶାଇଛନ୍ତି ।

    ରାଜ୍ୟସଭାର ଶୂନ୍ୟକାଳରେ ମାନବ ଚାଲାଣ (ପ୍ରତିରୋଧ, ସୁରକ୍ଷା ଓ ଥଇଥାନ) ବିଲ୍‌ ସଂପର୍କିତ ଆଲୋଚନାରେ ଅଂଶଗ୍ରହଣ କରି ଡ. ପାତ୍ର କହିଲେ, ମହିଳା ଚାଲାଣକୁ କଡ଼ାକଡ଼ି ରୋକିବାକୁ ପଦକ୍ଷେପ ନେବାକୁ ହେବ । ମାନବ ଚାଲାଣ ନିରୋଧ ପାଇଁ ଆଇନକୁ ଆହୁରି ସଶକ୍ତ କରିବା ଦରକାର । ମହିଳାଙ୍କ ଭୂମିକାକୁ ପ୍ରାଧାନ୍ୟ ଦେବା ସହ ଆମ ଶାସନ ବ୍ୟବସ୍ଥାରେ ସେମାନଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରାଯାଉ । ଏଥିପାଇଁ ସଂସଦ ଓ ବିଧାନସଭାରେ ସେମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ ଏକାନ୍ତ ଆବଶ୍ୟକ । ମାନବ ଚାଲାଣ ନିରୋଧ ବିଲ୍‌ ସହ ମହିଳା ସଂରକ୍ଷଣ ବିଲ୍‌ ମଧ୍ୟ ପାସ୍‌ ହେବା ଏକାନ୍ତ ଆବଶ୍ୟକ ବୋଲି ସସ୍ମିତ ଯୁକ୍ତି ବାଢ଼ିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook