Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ‘ଶରଦ ପାୱାର ହେଉଛନ୍ତି ‘ମହାରାଷ୍ଟ୍ରର କରୋନା’

    Share on :
    ajab-Image
    Date: Jun 29, 2020    Views: 3039

    ମୁମ୍ବାଇ: ମହାରାଷ୍ଟ୍ର ବିଧାନ ପରିଷଦର ସଦସ୍ୟ ଗୋପୀଚାନ୍ଦ ପଦଲକର ଏନସିପି ସୁପି୍ରମୋ ଶରଦ ପାୱାରଙ୍କୁ ମହାରାଷ୍ଟ୍ରର କରୋନା କହିଛନ୍ତି । ବିଜେପି ବିଧାୟକ ପଦଲକର କହିଥିଲେ ଯେ, ଶରଦ ପାୱାର ଜଣେ କରୋନା ଯିଏ କି ମହାରାଷ୍ଟ୍ରକୁ ସଂକ୍ରମିତ କରିଛନ୍ତି । ଶରଦଙ୍କ ବିରୋଧରେ ବିଜେପି ବିଧାୟକ ଏଭଳି ବିବାଦୀୟ ମନ୍ତବ୍ୟ ଦେବା ପରେ ତାହାର କଡ଼ା ସମାଲୋଚନା କରିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଶରଦ ପାୱାରଙ୍କ ପୁତୁରା ଅଜିତ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି କିଛି କହିବା ପୂର୍ବରୁ ତାଙ୍କ ନିଜ ଓଜନକୁ ଦେଖିବା ଉଚିତ । ପ୍ରତ୍ୟେକ ଲୋକ ପ୍ରତ୍ୟେକଙ୍କୁ ସମ୍ମାନ ଦେବା ଆବଶ୍ୟକ । ଏହା ଆମର ସଂସ୍କୃତି ବୋଲି ସେ କହିଛନ୍ତି । ଅଜିତ କହିଛନ୍ତି, ଶରଦ ପାୱାରଙ୍କୁ ସମସ୍ତେ ସମ୍ମାନ କରନ୍ତି । ତେବେ ବରିଷ୍ଠ ବ୍ୟକ୍ତିଙ୍କ ବିରୋଧରେ ମନ୍ତବ୍ୟ ଦେଇ କିଛି ଶସ୍ତା ଲୋକ ପ୍ରସିଦ୍ଧି ଲାଭ କରିବା ଲାଗି ଚିନ୍ତା କରିଥାନ୍ତି ବୋଲି ଅଜିତ ଏହି ପରିପ୍ରେକ୍ଷୀରେ ମତ ଦେଇଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook