Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସ କମିଟିରେ ସ୍ଥାନ ପାଇଲେ ସପ୍ତଗିରି ଉଲାକା

    Share on :
    ajab-Image
    Date: Nov 21, 2020    Views: 3842

    ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧି ୩ଟି କମିଟି ଗଠନ କରିଛନ୍ତି । ଅର୍ଥନୀତି, ବୈଦେଶିକ ବ୍ୟାପାର ଓ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଏହି କମିଟି ୩ଟି ଗଠନ ହୋଇଛି । ଏସବୁ ପ୍ରସଙ୍ଗରେ ବିଚାର ବିମର୍ଶ କରି ସୋନିଆଙ୍କୁ କମିଟି ଅବଗତ କରାଇବ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୩ଟି ଯାକ କମିଟିର ଅଧ୍ୟକ୍ଷ ରହିଛନ୍ତି । ଅର୍ଥନୈତିକ ପ୍ରସଙ୍ଗରେ ଗଠିତ କମିଟିରେ ପି ଚିଦାମ୍ବରମ, ମଲ୍ଲିକାର୍ଜ୍ଜୁନ ଖଡଗେ ଓ ଦିଗବିଜୟ ସିଂହ ସଦସ୍ୟ ରହିଥିବା ବେଳେ ଜୟରାମ ରମେଶ ଆବାହକ ଅଛନ୍ତି । ସେହିଭଳି ବୈଦେଶିକ ବ୍ୟାପାର କମିଟିରେ ଆନନ୍ଦ ଶର୍ମା, ଶଶୀ ଥରୁର, କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ସଦସ୍ୟ  ରହିଛନ୍ତି । ସଲମାନ ଖୁର୍ସିଦ ଏହି କମିଟିର ଆବାହକ ଅଛନ୍ତି । ଜାତୀୟ ସୁରକ୍ଷା ସଂକ୍ରାନ୍ତ କମିଟିରେ ଗୁଲାମ ନବୀ ଆଜାଦ, ଏମ ବିରାପ୍ପା ମୋଇଲି, ଭି ବୈଥିଲିଙ୍ଗ ସଦସ୍ୟ ଅଛନ୍ତି । ସିଲଂର ଲୋକସଭା ସଦସ୍ୟ ଭିନସେଣ୍ଟ ଏଚ ପାଳ ଏହି କମିଟିର ଆବାହକ ଅଛନ୍ତି । ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ ସି ଭେନୁଗୋପାଳଙ୍କ ପକ୍ଷରୁ ଜାରି ପ୍ରେସ ବିବୃତିରେ ଏହି ସୂଚନା ଦିଆଯାଇଛି ।

    Maximum 500 characters

    ରାଜନୀତି View all

    Find Us on Facebook