Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅର୍ଜୁନ ପୁରସ୍କାର ପାଇବେ ସଞ୍ଜିତା

    Share on :
    ajab-Image
    Date: Jun 26, 2020    Views: 3511

    ନୂଆଦିଲ୍ଲୀ: ଦୁଇ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ମହିଳା ଭାରୋତ୍ତୋଳନ ସଞ୍ଜିତା ଚାନୁଙ୍କୁ ମିଳିବ ଅର୍ଜୁନ ପୁରସ୍କାର (୨୦୧୮) । ଏ ବିଷୟ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସଞ୍ଜିତାଙ୍କ ନାମରେ ଡୋପ ସମ୍ପର୍କିତ ମାମଲା ଆନ୍ତର୍ଜାତୀୟ ମହାସଂଘ ଦ୍ୱାରା ପ୍ରତ୍ୟାହୃତ ହେବା ପରେ ତାଙ୍କର ପୁରସ୍କାର ପାଇବାର ପଥ ପରିଷ୍କାର ହୋଇ ଯାଇଥିଲା ।
    ଅଧିକାରୀ ଜଣକ କହିଛନ୍ତି ଯେ, ଅନ୍ତର୍ଜାତୀୟ ମହାସଂଘ ଦ୍ୱାରା ସମ୍ପୂର୍ଣ୍ଣ ଦୋଷମୁକ୍ତ ହୋଇଛନ୍ତି । ତେଣୁ ଦିଲ୍ଲୀ ହାଇକୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ତାଙ୍କୁ ଅର୍ଜୁନ ପୁରାସ୍କାର ପ୍ରଦାନ କରାଯିବ ।’ ଚାନୁ ୨୦୧୪ ଓ ୨୦୧୮ ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୭ ତାଙ୍କୁ ଅର୍ଜ୍ଜୁନ ପୁରସ୍କାର ପାଇଁ ମନୋନୀତ କରାନଯିବାରୁ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲା ବିଚାରଧୀନ ଥିବା ବେଳେ ସେ ଡୋପ ମାମଲାରେ ଛନ୍ଦି ହୋଇଥିଲେ । ସେହିବର୍ଷ ଅଗଷ୍ଟ ମାସରେ ହାଇକୋର୍ଟ ଚାନୁଙ୍କ ନାମ ପୁରସ୍କାର ପାଇଁ ବିଚାର କରିବାକୁ ଚୟନ କମିଟିଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଭାରତୀୟ ଭାରୋତ୍ତୋଳନ ସଂଘର ସାଧାରଣ ସମ୍ପାଦକ ମଧ୍ୟ ଚାନୁଙ୍କୁ ଅର୍ଜୁନ ପୁରସ୍କାର ମିଳିବ ବୋଲି କହିଛନ୍ତି । ୨୦୧୮ରେ ତାଙ୍କୁ ପୁରସ୍କାର ମିଳିବାର ଥିଲା । ଯାହା ଏ ପର୍ଯ୍ୟନ୍ତ ଅଟକି ରହିଥିଲା । ଚଳିତ ବର୍ଷ ତାଙ୍କୁ ପୁରସ୍କାର ପ୍ରଦାନ କରାଯିବ ।

    Maximum 500 characters

    ଖେଳ ଖବର View all

    Find Us on Facebook