Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କରୋନା କବଳରେ ସଞ୍ଜୟ ଝା

    Share on :
    ajab-Image
    Date: May 23, 2020    Views: 4074

    ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ନେତା ସଞ୍ଜୟ ଝା ଏବେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏ ସମ୍ପର୍କରେ ଶୁକ୍ରବାର ଦ୍ୱିପ୍ରହରରେ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଟ୍ୱିଟରେ ଝା ଲେଖିଛନ୍ତି, ମୁଁ କୋଭିଡ-୧୯ ପଜିଟିଭ ଭାବେ ଚିହ୍ନିତ ହୋଇଛି । ଯେହେତୁ ମୋ ନିକଟରେ ଲକ୍ଷଣ ଦେଖାଯାଉନାହିଁ ତେଣୁ ମୁଁ ଆଗାମୀ ୧୦-୧୨ ଦିନ ଯାଏ ହୋମ କ୍ୱାରେଣ୍ଟାଇନରେ ରହିବି । ଦୟାକରି ସଂକ୍ରମଣ ଆଶଙ୍କାକୁ ଅଣଦେଖା କରନ୍ତୁ ନାହିଁ । ଆମେ ସମସ୍ତେ ଅସୁରକ୍ଷିତ । ତେଣୁ ସମସ୍ତେ ନିଜର ଧ୍ୟାନ ରଖିବା ଆବଶ୍ୟକ । ତାଙ୍କର ଏହି ଟ୍ୱିଟ ପରେ ବହୁ ସଂଖ୍ୟାରେ ଲୋକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook