Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବନ୍ୟା ସ୍ଥିତି ଅନୁଧ୍ୟାନ ବେଳେ ଅଳ୍ପକେ ବର୍ତିଗଲେ ମନ୍ତ୍ରୀ ସମୀର ଦାସ

    Share on :
    ajab-Image
    Date: Sep 4, 2020    Views: 8211

    ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ବନ୍ୟା ସ୍ଥିତି ଅନୁଧ୍ୟାନ ବେଳେ ଏକ ସମ୍ଭାବ୍ୟ ଅଘଟଣରୁ ଅଳ୍ପକେ ବର୍ତିଯାଇଛନ୍ତି  । ଧନୁଆ ନଦୀରେ ବନ୍ୟା ଯୋଗୁଁ ଗୋପ ବ୍ଲକର ହଜାର ହଜାର ଲୋକ ବନ୍ୟା ଘେରରେ ଫସି ରହିଛନ୍ତି  । ଏନଡ଼ିଆରଏଫ ଟିମ ସହ ମନ୍ତ୍ରୀ ଶ୍ରୀ ଦାସ ଏକ ବୋଟରେ ସେହି ଅଂଚଳକୁ ଯାଉଥିଲେ  ।  ତେବେ ନଦୀ ସେତୁ ତଳେ ବୋଟଟି ଅତିକ୍ରମ କରୁଥିବା ସମୟରେ ପାଣି ଓ ସେତୁର ଉଚ୍ଚତାରେ କମ ବ୍ୟବଧାନ ଥିବାରୁ ସେଠାରେ ବୋଟଟି ଲାଗିଯିବାର ସମ୍ଭାବନା ଥିଲା  । ବୋଟଟି ରବର ବୋଟ ହୋଇଥିବାରୁ ଯଦି କୌଣସି ଠାରେ ବାଜିଥା’ନ୍ତା ତେବେ ବୁଡ଼ିଯିବାର ବି ଆଶଙ୍କା ରହିଥିଲା  । ତେବେ ସେହି ସମୟରେ ମନ୍ତ୍ରୀ ଓ ତାଙ୍କ ସାଥିରେ ଥିବା ସମସ୍ତ କର୍ମଚାରୀ ବୋଟ ଭିତରେ ତୁରନ୍ତ ଶୋଇ ପଡ଼ିବାରୁ ଅଳ୍ପକେ ଦୁର୍ଘଟଣାରୁ ବୋଟଟି ବର୍ତି ଯାଇଥିଲା  । ଫଳରେ ସମସ୍ତେ ରକ୍ଷା ପାଇପାରିଥିଲେ  । ଅପରପକ୍ଷରେ ମନ୍ତ୍ରୀ ଶ୍ରୀ ଦାସ  ପ୍ରତିଦିନ ବିଭିନ୍ନ ପଂଚାୟତ ଗସ୍ତ କରି ବନ୍ୟା ବିପନ୍ନଙ୍କ ସୁବିଧା ଅସୁବିଧା କଥା ବୁଝି ଆସୁଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook