Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ମହାଳୟାରେ ଶ୍ୱେତରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମା’ସମଲେଶ୍ୱରୀ

    Share on :
    ajab-Image
    Date: Oct 19, 2020    Views: 3076

    ପଶ୍ଚିମ ଓଡ଼ିଶାର ସମ୍ବଲପୁର ସହର ଉପକଣ୍ଠରେ ଅଛି ଦେବୀ ସମଲେଶ୍ୱରୀଙ୍କ ପୀଠ । କୁହାଯାଏ, ମହୀରାବଣ ଲଙ୍କାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀଙ୍କ ନିକଟରେ ଶ୍ରୀର।ମ ଓ ଲକ୍ଷ୍ମଣଙ୍କୁ ବଳିଦେବାକୁ ନେଇଯାଇଥିଲେ । ହନୁମାନ କୌଶଳ କ୍ରମେ ସେଠାକୁ ଯାଇ ମହୀରାବଣଙ୍କୁ ପରାହତ କରି ରାମଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ । ଏହି ଅପମାନ ସହ୍ୟ କରି ନପାରି ଲଙ୍କେଶ୍ୱରୀ ସେହି ସ୍ଥାନ ପରିତ୍ୟାଗ କରିଥିଲେ । ପରେ ସେ ସମଲେଶ୍ୱରୀ ନାମ ଧାରଣ କରି ସମ୍ବଲପୁରରେ ଅବସ୍ଥାନ କରୁଛନ୍ତି । 

    ଦେବୀ ସମଲେଶ୍ୱରୀ ବର୍ଷସାରା ଗୈରିକ ବର୍ଣ୍ଣ ଓ ସିନ୍ଦୂରମଣ୍ଡିତା ହୋଇ ଦର୍ଶନ ଦେଇଥାନ୍ତି । ମହାଳୟା ଦିନ ମା’ଙ୍କୁ ଶ୍ୱେତରୂପରେ ସଜ୍ଜିତ କରାଯାଇଥାଏ । ଏହି ଅବସରରେ ମା’ସତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ପୂର୍ବଦିନ ମଧ୍ୟରାତ୍ରରେ ପୂଜକମାନେ ମନ୍ଦିର ଦ୍ୱାର ବନ୍ଦ କରି ଦେବୀଙ୍କୁ କର୍ପୂରମିଶି୍ରତ ଗଙ୍ଗାଜଳ ସ୍ନାନ କରାନ୍ତି । ଏହା ସହ ଚନ୍ଦନ, ଅଗୁରୁ ପ୍ରଲେପ ଦେଇ ମା’ଙ୍କୁ ଧବଳମୁଖୀ ବେଶରେ ସଜାନ୍ତି । ଏହି ବେଶରେ ମାଙ୍କୁ ଦୁଇ ଦିନ ଧରି ରଖାଯାଏ । ମହାଳୟା ଶ୍ରାଦ୍ଧ ଦିନ ଦେବୀଙ୍କ ଏହି ରୂପ ଦର୍ଶନରେ ଗଙ୍ଗା ଦର୍ଶନର ପୂଣ୍ୟ ଫଳ ମିଳିଥାଏ । ବିଜୟାଦଶମୀ ଆଗରୁ ନଅଦିନ ଧରି ମନ୍ଦିରରେ ନବରାତ୍ର ପୂଜା ହୁଏ । ଏହି ନଅଦିନ ପାଇଁ ଅନେକ ଭକ୍ତ ଅଖଣ୍ଡ ଦୀପ ପ୍ରଦାନ କରନ୍ତି । ଏସବୁ ଦୀପକୁ ଭକ୍ତଙ୍କ ନାମ ଲେଖାଯାଇ ଏକ ବଡ଼ ପ୍ରକୋଷ୍ଠରେ ରଖାଯାଇଥାଏ । ସେଥିରେ ଘୃତ ଅବିରାମ ଭାବେ ଦିଆଯାଉଥାଏ, ଯେପରି ଦୀପ ଲିଭିନଯିବ । ଭକ୍ତମାନଙ୍କର ବିଶ୍ୱାସ-ଯେଉଁମାନେ ଏଠାରେ ମାନସିକ କରି ଦୀପ ସ୍ଥାପନା କରନ୍ତି ମା’ ସମଲେଶ୍ୱରୀ ତାଙ୍କର ଇଚ୍ଛା ନିଶ୍ଚୟ ପୂରଣ କରନ୍ତି । ଏହି ପ୍ରଥା ଦିନକୁ ଦିନ ଖୁବ ଲୋକପି୍ରୟ ହୋଇଛି । ମା’ସମଲେଶ୍ୱରୀଙ୍କ ମନ୍ଦିରରେ ମହାଳୟା ଦିନ ସବୁଠୁ  ବେଶୀ ଜାକଜକମରେ ପାର୍ବଣ ହେଉଥିଲେ ମଧ୍ୟ ଦୀପାବଳି, ଦଶହରା ଓ ନୂଆଖାଇ ପରି ଗଣପର୍ବରେ ମଧ୍ୟ ସ୍ୱତନ୍ତ୍ର ଆରାଧନା ହୁଏ । ସବୁ ପବିତ୍ର କାର୍ଯ୍ୟରେ ମା’ଙ୍କୁ ନିମନ୍ତ୍ରଣ ପଠାଇବାର ବିଧି ରହିଛି । କେହି ବିବାହ ଅନୁଷ୍ଠାନ କରିବା ଆଗରୁ ପ୍ରଥମେ ନିମନ୍ତ୍ରଣ ମା’ସମଲେଇଙ୍କୁ ଦେଲା ପରେ ଅନ୍ୟମାନଙ୍କୁ ବଣ୍ଟନ କରିଥାନ୍ତି । ମା’ଅସୀମ କରୁଣାର ଦେବୀ । ଭକ୍ତର ଡାକରେ ସେ ବର୍ଷି ଦିଅନ୍ତି ଅସୁମାରି ଆଶିଷ ଧାରା ।

    Maximum 500 characters

    ସଂସ୍କୃତି View all

    Find Us on Facebook