Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଟ୍ୱିନ୍ ସିଟିରେ ଦେଢ଼ଘଣ୍ଟା ଧରି ପ୍ରବଳ ବର୍ଷିଲା

ଓଡିଶା ଫେରିଲେ କେରଳରେ ଫସିରହିଥିବା ୧୬୯ ଓଡିଆ ଝିଅ

ଆଜିଠାରୁ ପୁଣି ଥରେ ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ

ଆଠଗଡ :ପୁଅକୁ ମାରି ବାଡି ପଛ ପଟେ ପୋତି ଦେଇଥିଲା ବାପା

ପୁଣି ୬୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି

banner

କଳା

ମୁଖ୍ୟ ଖବର

    ସଲମାନ୍ଙ୍କୁ ଅତି୍ରକମ କଲେ ପି୍ରୟଙ୍କା

    Share on :
    ajab-Image
    Date: Nov 25, 2019    Views: 196

    ସଲମାନ୍ ଖାନ ଓ ପି୍ରୟଙ୍କା ଚୋପ୍ରା ଦୁହେଁ ବଲିଉଡ଼ର ବଡ଼ କଳାକାର । ଅର୍ଥ, ଖ୍ୟାତି, ପ୍ରତିଷ୍ଠା କେଉଁଥିରେ ଅଭାବ ନାହିଁ । ଏସବୁ ଦୃଷ୍ଟିରୁ ଦୁହେଁ ଏକ ନମ୍ବର ସ୍ଥାନରେ । ତେବେ, ଏବେ ଏକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ସଲମାନଙ୍କୁ ଅତି୍ରକମ କରିଛନ୍ତି ପ୍ରିୟଙ୍କା । ହାତରେ କୌଣସି ଫିଲ୍ମ ନଥିଲେ ବି ପି୍ରୟଙ୍କା ୨୦୧୯ ରେ ଇଣ୍ଟରନେଟ୍ରେ ସବୁଠାରୁ ଅଧିକ ଖୋଜା ଯାଇଥିବା ଭାରତୀୟ କଳାକାର ବା ଇଂରାଜୀରେ ‘ଦ ୱାର୍ଲଡସ ମୋସଟ ସର୍ଚଡ ଇନଡିଆନ ସେଲିବି୍ରଟି ଅନ ଦ ଇଣ୍ଟରନେଟ୍’ । ୨୦୧୮ ଅକ୍ଟୋବରଠାରୁ ୨୦୧୯ ଅକ୍ଟୋବର ମଧ୍ୟରେ ପ୍ରିୟଙ୍କାଙ୍କୁ ଇଣ୍ଟରନେଟ୍ରେ ମାସିକ ହାରାହାରି ବୟାଳିଶ ଲକ୍ଷ ଥର ଖୋଜାଯାଇଛି । ସମାନ କାଳରେ ସଲମାନଙ୍କୁ ନେଟିଜେନମାନେ ଖୋଜିଛନ୍ତି ପ୍ରାୟ କୋଡ଼ିଏ ଲକ୍ଷ ଥର । ତୃତୀୟ ସର୍ବାଧିକ ଖୋଜାଯାଇଛି ଭାରତୀୟ ସେଲିବି୍ରଟି ହେଉଛନ୍ତି ମଧୁବାଲା । ତାଙ୍କ ପରଲୋକର ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ବିତିସାରଲାଣି । ହେଲେ ଚଳଚ୍ଚିତ୍ର ପ୍ରେମୀଙ୍କ ସ୍ମୃତିରେ ସେ ଜୀବିତ । ତାଙ୍କ ତଳେ ଅଛନ୍ତି ଅମରେଶ ପୁରୀ, ସନି ଲିଓନ, ଦୀପିକା ପାଦୁକୋନ, ଶାହାରୁଖ ଖାନ, ଅମିତାଭ ବଚ୍ଚନ, ରଣବୀର ସିଂହ ଓ କାଟି୍ରନ୍ କୈଫ୍ ।

    Maximum 500 characters

    କଳା View all

    Find Us on Facebook