Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ହୁଗୁଳିର ଚାନ୍ଦିତୋଳାରୁ ଲଢ଼ିବେ ସିପିଏମର ଟାଣୁଆ ନେତା ମହମ୍ମଦ ସଲିମ

    Share on :
    ajab-Image
    Date: Mar 13, 2021    Views: 5058

    ସିପିଏମ ପଲଟିବୁ୍ୟରୋ ସଦସ୍ୟ ମହମ୍ମଦ ସଲିମ ହୁଗୁଳିର ଚାନ୍ଦିତୋଳାରୁ ସିପିଏମ ପ୍ରାର୍ଥୀ ହେବେ  । ତାଙ୍କୁ ଦଳୀୟ ଟିକେଟ ମିଳିସାରିଛି  । ୧୯୫୭ ଜୁନ ୫ରେ ଜନ୍ମଗ୍ରହଣ କରିଥିବା ସଲିମ ସିପିଏମରୁ ହିଁ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ  । ୨୦୧୫ରେ ସେ ସିପିଏମ ପଲଟିବୁ୍ୟରୋ ସଭ୍ୟ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ  । ମହମ୍ମଦ ସଲିମ ପୂର୍ବରୁ ଅନେକ ବାର ସାଂସଦ ବି ହୋଇଛନ୍ତି  । ଷୋଡ଼ଶ ଲୋକସଭା ନିର୍ବାଚନରେ ସେ ରାଜଗାଙ୍ଗ ଆସନରୁ ବାଜିମାତ କରି ସଂସଦକୁ ଯାଇଥିଲେ  । ସେହିପରି ଚତୁର୍ଦ୍ଧଶ ଲୋକସଭା ନିର୍ବାଚନରେ ସେ କାଲାକାଟା  ଉତର ପୂର୍ବ ଆସନରୁ ଜିଣିବାରେ ସମର୍ଥ ହୋଇଥିଲେ  । ୨୦୦୯ରେ ସୀମା ପୁନର୍ଗଠନ ପରେ ସଲିମ କାଲକାଟା ନର୍ଥ ଆସନରୁ ଲଢ଼ିଥିଲେ ବି ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ପରାଜୟ ବରଣ କରିଥିଲେ  ।

    କଲେଜ ସମୟରୁ ସେ ରାଜନୀତିରେ ଯୋଗ ଦେଇଥିଲେ  । ପଶ୍ଚିମବଙ୍ଗରେ ସେ ଛାତ୍ର ଆନେ୍ଦାଳନର ନେତୃତ୍ୱ ନେଇ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲେ  । ପରେ ସେ ଏସଏଫଆଇର ସକ୍ରିୟ ସଭ୍ୟ ହେବା ସହ ଜରୁରୀକାଳୀନ ପରିସ୍ଥିତି ସମୟରେ ଆନେ୍ଦାଳନାତ୍ମକ ଭୂମିକା ଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ  । ଯାଦବପୁରରେ ଛାତ୍ର ଆନେ୍ଦାଳନର ନେତୃତ୍ୱ ନେଉଥିବାବେଳେ ସିପିଏମର ନିଳୋପôଳ ବସୁ ଓ ମାନବ ମୁଖାର୍ଜୀଙ୍କ ସଂସ୍ପର୍ଶରେ ଆସିଥିଲେ  । ପରେ ସେମାନଙ୍କ ସହ ମିଶି ସେ ରାଜନୀତିକ ସଂଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook