Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ସାଲାଡ଼ ଖାଇ ସୁସ୍ଥ ରୁହନ୍ତୁ

    Share on :
    ajab-Image
    Date: Nov 5, 2019    Views: 9

    ଏବର ପିଢ଼ି ଡବା ଖାଦ୍ୟ, ପ୍ରୋସେସନ ଫୁଡ ଓ ଫାଷ୍ଟ ଫୁଡ ମାୟାରେ ଏକରକମ ବାନ୍ଧି ହୋଇଯାଇଛନ୍ତି । ସବୁଜ ପନିପରିବା, ତରକାରି, ଫଳମୂଳର ଆବଶ୍ୟକତା ତଥା ଉପକାରିତା ଜାଣିବା ସତ୍ତ୍ୱେ ଏ ସବୁକୁ ପ୍ରାଧାନ୍ୟ ଦିଆଯାଉନାହିଁ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ଭାବେ ସେ ସବୁ ଖାଇବା ସହ ସାଲାଡ ଖାଇଲେ ଏକ ରୋଗମୁକ୍ତ ଜୀବନ ଅତିବାହିତ କରିପାରିବେ । ଆଜିକାଲି ରେସ୍ତୋରାଁ ଓ ବଡ଼ ହୋଟେଲରେ ସେଫମାନେ ପ୍ରସ୍ତୁତ ଆଧୁନିକ ପ୍ରଣାଳୀରେ ସାଲାଡ ପ୍ରସ୍ତୁତ କରୁଛନ୍ତି । ସେ ସବୁ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇନଥାଏ ବୋଲି ପରୀକ୍ଷାରୁ ପ୍ରମାଣିତ ହୋଇଛି ।
    ନିୟମିତ କାକୁଡ଼ି, ଟମାଟର ସାଲାଡ଼ ଖାଇଲେ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଯୁବପିଢ଼ି ପ୍ରତ୍ୟହ ସାଲାଡ ଖାଇବା ହିତକାରୀ ।
    ରାତି୍ରଭୋଜନ ପରିବର୍ତ୍ତେ ଦିନ ଭୋଜନ ସମୟରେ ସାଲାଡ଼ ଖାଇବା ଭଲ । ବିଶେଷଜ୍ଞଙ୍କ ମତରେ ଆମେ ଦିନବେଳା ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଖାଇଥାଉ । ଏଣୁ ଭୋଜନ ପୂର୍ବରୁ ସାଲାଡ଼ ଖାଇଲେ ତାହା ଅଧିକ ଭୋଜନକୁ ନିୟନ୍ତ୍ରଣ କରେ ।
    ସାଲାଡ଼ରେ ଲେମ୍ବୁ, ରସ ଓ ଲୁଣ ମିଶାଇପାରିବେ । ଏବର ଷ୍ଟାଇଲିଶ ସାଲାଡରେ ଟମାଟୋ ସସ ଓ ମାୟୋନିଜ ବ୍ୟବହାର କରାଯାଉଛି । ତାହା କିନ୍ତୁ ସ୍ୱାସ୍ଥ୍ୟ ପାଇଁ ହାନିକାରକ । 
    ଫି୍ରଜରେ ରଖି ପରେ ସାଲାଡ ଖାଇଲେ ତାହା ପେଟ ସମସ୍ୟା କରେ । ଅନ୍ୟ ଏକ କଥା ମନେ ରଖନ୍ତୁ, କେବଳ ସନ୍ଧ୍ୟା ସମୟରେ ହିଁ ଫଳ ସାଲାଡ ଖାଇବା ହିତକାରୀ । ଦ୍ୱିପହର ଭୋଜନ କିମ୍ବା ରାତି୍ରଭୋଜନ ସମୟରେ ଫଳ ସାଲାଡ଼ ଖାଇଲେ ତାହା ଭଲ ଭାବେ ହଜମ ହୋଇନଥାଏ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook