ମୁଖ୍ୟ ଖବର
ଭୁବନେଶ୍ୱର: ଆଜି ମଧ୍ୟରାତ୍ରରୁ ସାକ୍ଷୀଗୋପାଳ ମନ୍ଦିର ପରିସରରେ ୧୪୪ ଧାରା ଲାଗୁ କରାଯିବ । ଚନ୍ଦନପୋଖରୀ ଠାରୁ ସିଦ୍ଧବକଳ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ମନ୍ଦିର ଚାରିପାଖ ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯିବ । ଆସନ୍ତାକାଲି ଅଁଳା ନବମୀ ଥିବାରୁ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯିବ । ଏହି କଟକଣା ଆସନ୍ତା ୨୫ ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହା ସହ ସାକ୍ଷୀଗୋପାଳ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ମନା ହୋଇଛି । କେବଳ ମନ୍ଦିରରେ ସେବାୟତ ମାନେ ନିତିକାନ୍ତି କରିବେ । ଆସନ୍ତାକାଲି ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ନୀତିକାନ୍ତି ଅନୁଷ୍ଠିତ ହେବ ।
Comments ସମସ୍ତ ମତାମତ