ମୁଖ୍ୟ ଖବର
ଶରଣକୁଳ: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବରସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । କୀଟନାଶକ ମିଶା ଶାଗ ଖାଇ ଉକ୍ତ ଗ୍ରାମର ରାକେଶ ମୁଦୁଲିଙ୍କ ୩ ବର୍ଷର ଝିଅର ମୃତୁ୍ୟ ଘଟିଥିବା ବେଳେ ୪ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । ମିଳିଥିବା ସୂଚନା ଅନୁସାରେ ବାଇଗଣରେ ପକାଯାଉଥିବା କୀଟନାଶକ ପ୍ୟାକେଟକୁ ବ୍ୟବହାର ପରେ ଏହାର ଜରିରେ ରାକେଶ ମେଥି ଚଣା ଶାଗ ତୋଳି ଘରକୁ ଆଣିଥିଲେ । ଜରିକୁ ସେ ଭଲ ଭାବେ ଧୋଇ ନଥିଲେ । ଫଳରେ ଏହି ଶାଗକୁ ଖାଇବା ପରେ ରାକେଶ ଓ ତାଙ୍କ ପତ୍ନୀ ସୁରେଖା, ପରିବାର ଅନ୍ୟ ଦୁଇ ସଦସ୍ୟ ଅସୁସ୍ଥ ହୋଇ ପଡିଛନ୍ତି । ଗୁରୁତର ଅସୁସ୍ଥ ହୋଇ ପଡିଥିବା ୩ ବର୍ଷର ଝିଅକୁ ଭୁବନେଶ୍ୱର ଚିକିତ୍ସା ନିମନ୍ତେ ନିଆଯାଉଥିବା ବେଳେ ବାଟରେ ତାର ମୃତୁ୍ୟ ହୋଇଛି ।
Comments ସମସ୍ତ ମତାମତ