Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଖେଳ ଖବର

ମୁଖ୍ୟ ଖବର

    ସଚିନଙ୍କୁ କ୍ଷମା ମାଗିଲେ, କିଏ ଜାଣନ୍ତ

    Share on :
    ajab-Image
    Date: May 15, 2020    Views: 3508

    ମୁମ୍ବାଇ: କି୍ରକଟେ କିମ୍ବଦନ୍ତୀ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରୀଡ଼ା କମ୍ପାନୀ ସ୍ପାଟ୍ରନ ସ୍ପୋର୍ଟସ ଗ୍ରୁପ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛି । କମ୍ପାନୀ ଚୁକ୍ତି ଅନୁଯାୟୀ ଅର୍ଥ ଭରଣା କରିବାରେ ବିଫଳ ହେବା ପରେ ସଚିନ ଉକ୍ତ ଅର୍ଥ ପ୍ରଦାନ ନେଇ ଫେଡେରାଲ ସର୍କିଟ କୋର୍ଟ ଅଷ୍ଟ୍ରେଲିଆରେ ମୋକଦ୍ଧମା ଦାୟର କରିଥିଲେ । ଉକ୍ତ କମ୍ପାନୀ ନିଜର ଭୁଲ ପାଇଁ ସଚିନଙ୍କୁ କ୍ଷମା ପ୍ରାର୍ଥନା କରିଛି । ଅଷ୍ଟ୍ରେଲିଆର କ୍ରୀଡ଼ା ସାମଗ୍ରୀ ଉପôାଦନକାରୀ କମ୍ପାନୀ ସ୍ପୋର୍ଟସ ଗ୍ରୁପ ସହିତ ତେନ୍ଦୁଲକର ୨୦୧୬ ରେ ଚୁକ୍ତିନାମା କରିଥିଲେ । ଚୁକ୍ତି ଅନୁଯାୟୀ ଉକ୍ତ କମ୍ପାନୀ ଆବଶ୍ୟକ ଅର୍ଥ ପ୍ରଦାନ କରିବାରେ ବିଫଳ ହେବାରୁ ସଚିନ ଅଷ୍ଟ୍ରେଲିଆର ଫେଡେରାଲ ସର୍କିଟ କୋର୍ଟରେ ୨୦୧୯ ଜୁନରେ ମୋକଦ୍ଧମା ଦାୟର କରିଥିଲେ । ବିଶ୍ୱବ୍ୟାପୀ  କମ୍ପାନୀର ପ୍ରଚାର ପ୍ରସାର ପାଇଁ ସଚିନ ଚୁକ୍ତିନାମା ସ୍ୱାକ୍ଷରିତ କରିଥିଲେ । ଫଳରେ ସଚିନ କମ୍ପାନୀର ପ୍ରଚାର କରିଥିଲେ । ଚୁକ୍ତି ଅନୁଯାୟୀ କମ୍ପାନୀ ଅର୍ଥ ପ୍ରଦାନ କରିବାରେ ଖିଲାପ କରିଥିଲା । ପାଖାପାଖି ଦୁଇ ବର୍ଷ ସଚିନ କମ୍ପାନୀ ପାଇଁ ପ୍ରଚାର କରିବା ପରେ ୨୦୧୮ ସେପ୍ଟେମ୍ବର ୧୭ରେ କମ୍ପାନୀ ପକ୍ଷରୁ ଚୁକ୍ତିନାମାକୁ ରଦ୍ଧ କରାଯାଇଥିବା ନେଇ ସଚିନଙ୍କ ନିକଟକୁ ନୋଟିସ କରାଯାଇଥିଲା । କମ୍ପାନୀର ଏଭଳି କାର୍ଯ୍ୟକୁ ନେଇ ସଚିନ ଅଷ୍ଟ୍ରେଲିଆର ଫେଡେରାଲ ସର୍କିଟ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସଚିନଙ୍କ ନାମକୁ ନେଇ କମ୍ପାନୀର ସଫଳତା ପରେ ହଠାତ ଚୁକ୍ତିନାମାକୁ ଓହରି ଯାଇଥିଳା । କୋର୍ଟ ଏଭଳି କାର୍ଯ୍ୟ ପାଇଁ ସଚିନକୁ କ୍ଷମା ମାଗିବା ସହିତ ବକେୟା ଅର୍ଥ ପ୍ରଦାନ ଲାଗି ଉକ୍ତି ସ୍ପାଟ୍ରନ ସ୍ପୋର୍ଟସ ଗ୍ରୁପକୁ ନିଦେ୍ର୍ଧଶ ଦେଇଥିଲେ । କମ୍ପାନୀର ସଭାପତି ଲେସ ଗାଲବ୍ରେଥ ସଚିନଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ସଚିନଙ୍କ ସିଇଓ ମିରମନି ମୁଖାର୍ଜୀ କହିଛନ୍ତି ଯେ, ସଚିନ ଜଣେ କି୍ରକେଟ କିମ୍ବଦନ୍ତୀ  । ତାଙ୍କ ବିପକ୍ଷରେ କମ୍ପାନୀ ଯେଉଁ ଭଳି ଭାବେ ବ୍ୟବହାର କଲା ଓ ତାଙ୍କ ନାମକୁ ବ୍ୟବହାର କରି ଫାଇଦା ଉଠାଇଲା ତାହା ଦୁର୍ଭାଗ୍ୟଜନକ ବୋଲି ମୁଖାର୍ଜୀ କହିଛନ୍ତି । ସୂଚନା ଯୋଗ୍ୟ କ୍ରୀଡ଼ା ପ୍ରତିଷ୍ଠାନ ସ୍ପାଟ୍ରନ ଗ୍ରୁପ ଅଫ ସ୍ପୋର୍ଟସ ପକ୍ଷରୁ କମ୍ପାନୀର ପ୍ରଚାର ପ୍ରସାର ଲାଗି କାର୍ଯ୍ୟ କରିବା ନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ସଚିନ ବାଏ ସ୍ପାଟ୍ରନ ନାମରେ ବ୍ରାଣ୍ଡ ସହ ପ୍ରଚାର ପ୍ରସାର କରିଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook