Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୪୦୦୦ ଅଭାବୀଙ୍କୁ ଟଙ୍କା ଦେଲେ ସଚିନ

    Share on :
    ajab-Image
    Date: May 10, 2020    Views: 4501

    ମୁମ୍ବାଇ: କରୋନା ପ୍ରଭାବିତଙ୍କୁ ପୁଣି ଥରେ ସହାୟତାର ହାତ ବଢ଼ାଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ମୁମ୍ବାଇ ମହାନଗର ଅଞ୍ଚଳରେ ରହୁଥିବା ୪,୦୦୦ ଅଭାବୀ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସେଥି ମଧ୍ୟରେ କିଛି ଛୋଟ ପିଲା ମଧ୍ୟ ଅଛନ୍ତି । ହାଇ ଫାଇଭ ୟୁଥ ଫାଉଣ୍ଡେସନ ନାମକ ଏ ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ସଚିନ ଏହି ଦାନ କରିଛନ୍ତି । ତେବେ ସେ କେତେ ଟଙ୍କା ଦାନ ଦେଇଛନ୍ତି ତାକୁ ଗୋପନ ରଖିଛନ୍ତି । ହାଇଫାଇଭ ଫାଉଣ୍ଡେସନ ଟ୍ୱିଟ କରି ସଚିନଙ୍କୁ ଏଥିନେଇ ଧନ୍ୟବାଦ ଦେଇଛି । ଫଳରେ ସଚିନଙ୍କ ଆଉ ଏକ ମହାନ କାର୍ଯ୍ୟର ସୂଚନା ପଦାକୁ ଆସିଛି । ସଚିନ ମଧ୍ୟ ଟ୍ୱିଟର ଜବାବ ଦେଇ ହାଇଫାଇଭ କରୁଥିବା ସମାଜସେବାକୁ ପ୍ରଶଂସା କରିଛନ୍ତି । ସଚିନ ଲେଖିଛନ୍ତି ଯେ ଦିନ ମଜୁରିଆଙ୍କ ପରିବାର ପାଇଁ କରୁଥିବା କାର୍ଯ୍ୟ ଲାଗି ଆପଣ ଧନ୍ୟବାଦର ପାତ୍ର । ଏହା ପୂର୍ବରୁ ସଚିନ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦେଇସାରିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook