Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଡିଆରଏସକୁ ନେଇ ଏମିତି କହିଲେ ସଚିନ

    Share on :
    ajab-Image
    Date: Jul 14, 2020    Views: 4322

    ମୁମ୍ବାଇ: କି୍ରକେଟ ମ୍ୟାଚରେ ଡିସିସନ ରିଭୁ୍ୟ ସିଷ୍ଟମ ବା ଡିଆରଏସକୁ ନେଇ ପ୍ରଶ୍ନବାଚୀ ଉଠାଇଛନ୍ତି ଭାରତୀୟ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକର । ବର୍ତ୍ତମାନ ଯଦି ପଡ଼ିଆ ଅମ୍ପାୟାର ବ୍ୟାଟସମ୍ୟାନଙ୍କୁ ଏଲଡବ୍ଲୁ୍ୟ ଆଉଟ ଘୋଷିତ କରିଥାଆନ୍ତି, ଡିଆରଏସରେ ଯଦି ବଲ୍ ଆଂଶିକ ଭାବେ ଷ୍ଟମ୍ପରେ ବାଜିଥିବା ଦେଖାଯାଉଥିଲେ ବି ଏହାକୁ ଅମ୍ପାୟାର୍ସ କଲ କୁହାଯାଇ ବ୍ୟାଟସମ୍ୟାନଙ୍କୁ ଆଉଟ ଘୋଷଣା କରାଯାଉଛି । ପୁଣି ଯଦି ପଡ଼ିଆ ଅମ୍ପାୟାର ବ୍ୟାଟସମ୍ୟାନଙ୍କୁ ନଟଆଉଟ ଘୋଷିତ କରିଥାଆନ୍ତି, ଡିଆରଏସରେ ଯଦି ବଲ ଆଂଶିକ ଭାବେ ଷ୍ଟମ୍ପରେ ବାଜିଥିବା ଦେଖାଯାଉଥିଲେ ଏହାକୁ ଅମ୍ପାୟାର୍ସ କଲ କୁହାଯାଇ ବ୍ୟାଟସମ୍ୟାନଙ୍କୁ ନଟଆଉଟ ଘୋଷଣା କରାଯାଉଛି । ଏହି ନିୟମରେ ପରିବର୍ତ୍ତନ ପାଇଁ ଆଇସିସି ନିକଟରେ ଦାବି କରିଛନ୍ତି ସଚିନ । ତାଙ୍କ ଅନୁସାରେ ବଲ୍ ଯଦି ଆଂଶିକ ଭାବେ ଷ୍ଟମ୍ପରେ ବାଜେ, ତେବେ ବ୍ୟାଟସମ୍ୟାନ ବୋଲଡ ଆଉଟ ହେଉଛନ୍ତି । ତେଣୁ ଏପରି କ୍ଷେତ୍ରରେ ବ୍ୟାଟସମ୍ୟାନ ଏଲବିଡବ୍ଲୁ୍ୟ ଆଉଟ ହେବେ ନାହିଁ କାହିଁକି? ସଚିନଙ୍କ ଭାଷାରେ, ବଲ କେତେ ପ୍ରତିଶତ ଷମ୍ପରେ ବାଜୁଛି, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯଦି ଡିଆରଏସରେ ବଲ ଷ୍ଟମ୍ପରେ ବାଜୁଝି ବୋଲି ଦେଖାଯାଉଛି, ପଡ଼ିଆ ଅମ୍ପାୟାର ଯାହା ନିଷ୍ପତ୍ତି ଦେଇଥାଆନ୍ତୁ ପଛେ, ବ୍ୟାଟସମ୍ୟାନ ଆଉଟ ଘୋଷିତ ହେବା କଥା । ବ୍ୟାଟସମ୍ୟାନ କିମ୍ବା ବୋଲରଙ୍କ ପ୍ରତି ଯେପରି ଅନ୍ୟାୟ ନହୁଏ, ସେଥିପାଇଁ ଡିଆରଏସ ଲାଗୁ ହୋଇଛି । ବୈଷୟିକ ଜ୍ଞାନର ବ୍ୟବହାର ଏଥିପାଇଁ ଉଦ୍ଧିଷ୍ଟ । ତେବେ ଏହା ଶତ ପ୍ରତିଶତ ସଠିକ ନୁହେଁ । ମନୁଷ୍ୟ ପରି ଏଥିରେ ମଧ୍ୟ ତ୍ରୁଟି ରହିଛି । ତେଣୁ ବଲ ଯଦି ଷ୍ଟମ୍ପକୁ ସାମାନ୍ୟ ଭାବେ ସ୍ପର୍ଶ କରୁଛି ତେବେ ବ୍ୟାଟସମ୍ୟାନଙ୍କୁ ଆଉଟ ଦେବା ଉଚିତ । ବର୍ତ୍ତମାନ ୫୦ ପ୍ରତିଶତରୁ ଅଧିକ କ୍ଷେତ୍ରରେ ବଲ ଷ୍ଟମ୍ପରେ ବାଜିବା ଦେଖାଯାଉଥିଲେ ମଧ୍ୟ ବ୍ୟାଟସମ୍ୟାନଙ୍କୁ ନଟଆଉଟ ଘୋଷଣା କରାଯାଉଛି । ବୋଲରଙ୍କ ପ୍ରତି ଏହା ଅନ୍ୟାୟ ।

    Maximum 500 characters

    ଖେଳ ଖବର View all

    Find Us on Facebook