Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଖେଳ ଖବର

ମୁଖ୍ୟ ଖବର

    କି୍ରକେଟର ଦେବାଶିଷଙ୍କ ବିଷୟରେ ଏମିତି କହିଲେ ସଚିନ ତେନ୍ଦୁଲକର

    Share on :
    ajab-Image
    Date: Apr 28, 2020    Views: 3513

    କଟକ:ପ୍ରକୃତରେ ବଡ଼ କି୍ରକେଟରମାନେ କେବଳ ନିଜ ପ୍ରଦର୍ଶନ ଦ୍ୱାରା ଦଳକୁ ଜିତାଇବା ସହିତ ସେମାନେ ଦଳର ଯୁବ ଖେଳାଳିଙ୍କ ମନୋବଳ ବଢ଼ାଇଥାଆନ୍ତି ଏବଂ ସେମାନଙ୍କୁ ଉଚିତ ମାର୍ଗଦର୍ଶନ ମଧ୍ୟ ଦେଇଥାଆନ୍ତି । ପୁଣି ଏପରି ସାଥୀ ଖେଳାଳିଙ୍କର ଭଲ ଗୁଣକୁ ସବୁଦିନ ପାଇଁ ମନେ ରଖିବା ସହ ମଉକା ମିଳିଲେ ପ୍ରଶଂସା ମଧ୍ୟ କରିଥାଆନ୍ତି । ଆଧୁନିକ କି୍ରକେଟରେ ସଚିନ ତେନ୍ଦୁଲକରଙ୍କଠାରୁ ବଡ଼ କିମ୍ବଦନ୍ତୀ ଖେଳାଳୀ କେହି ନୁହନ୍ତି । ଆଉ ସଚିନ ଯେତେବେଳେ କୌଣସି ସାଥୀ କି୍ରକେଟରଙ୍କୁ ପ୍ରଶଂସା କରିବାର ଅର୍ଥ ହେଲା ଉକ୍ତ ଖେଳାଳୀ ଏପରି ପ୍ରଶଂସା ଓ ସାବାସୀର ହକଦାର । ନିକଟରେ ସଚିନ ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ କି୍ରକେଟର ତଥା ସ୍ୱିଙ୍ଗ ବୋଲର ଦେବାଶିଷ ମହାନ୍ତିଙ୍କୁ ବେଶ ପ୍ରଶଂସା କରିଥିଲେ । ସୂଚନା ଯୋଗ୍ୟ ୧୯୯୭ ରେ ସଚିନ ତେନ୍ଦୁଲକର ଭାରତୀୟ ଦଳର ଅଧିନାୟକ ଥିବା ବେଳେ ଦେବାଶିଷ ମହାନ୍ତି ପ୍ରଥମ ଥର ଭାରତୀୟ ଦଳ ପାଇଁ ଖେଳିଥିଲେ ।
    ଏକ ଟେଲିଭିଜନ ସାକ୍ଷାତକାର କାର୍ଯ୍ୟକ୍ରମରେ ତାଙ୍କର ପୂର୍ବତନ ଓପନିଂ ଯୋଡ଼ି ବିରେନ୍ଦ୍ର ସେହ୍ୱାଗଙ୍କ ସହ ଭାଗ ନେଇଥିଲେ ସଚିନ ତେନ୍ଦୁଲକର । କାର୍ଯ୍ୟକ୍ରମର ଉପସ୍ଥାପକ ହଠାତ ଦେବାଶିଷ ମହାନ୍ତିଙ୍କ କଥା ଉତଥାପନ କରିଥିଲେ । ସେ ପଚାରିଥିଲେ, ଦେବାଶିଷ ମହାନ୍ତିଙ୍କ ବିଷୟରେ କହନ୍ତୁ । ତାଙ୍କର ବୋଲିଂ ଆକ୍ସନ ଓ ସ୍ୱିଙ୍ଗକୁ ନେଇ ସେତେବେଳେ ବହୁତ ଚର୍ଚ୍ଚା ହୋଇଥିଲା । ବିଶେଷ କରି ବାମହାତି ବ୍ୟାଟସମ୍ୟାନଙ୍କୁ ଦେବାଶିଷ ବେଶ ହଇରାଣ କରୁଥିଲେ । ଏହାର ଜବାବରେ ଦେବାଶିଷଙ୍କୁ ସଚିନ ଏପରି ପ୍ରଶଂସା କରିଥିଲେ ଯେ କେବଳ ଦେବାଶିଷଙ୍କୁ ନୁହେଁ; ପ୍ରତିଟି ଓଡ଼ିଆକୁ ଏହା ଗର୍ବିତ କରିବ । ସଚିନ କହିଥିଲେ, ଏକ ଯୁବ ଦଳ ନେଇ ଆମେ ୧୯୯୭ ରେ କାନାଡ଼ାର ଟରୋଣ୍ଟୋ ସହରରେ ପାକିସ୍ତାନ ବିପକ୍ଷରେ ଦିନିକିଆ ଟୁର୍ଣ୍ଣାମେଣ୍ଟ ସାହାରା କପ ଖେଳୁଥିଲୁ । ପାକିସ୍ତାନ ଦଳ ବେଶ ମଜବୁତ ଥିଲା । ତେବେ ଆମ ବୋଲିଂ ବିଭାଗ ବେଶ ଦୁର୍ବଳ ଥିଲା । ଜଭାଗଲ ଶ୍ରୀନାଥ ଓ ଭେଙ୍କେଟେଶ ପ୍ରସାଦ ଆହତ ଥିଲେ । ଅନୀଲ କୁମ୍ବଲେ ଓ ହରଭଜନ ସିଂହ ମଧ୍ୟ ନଥିଲେ । ଆମ ପାଖରେ ପେସ ବୋଲର ଭାବେ ଥିଲେ ଆବି କୁରୁଭିଲ୍ଲା, ଦେବାଶିଷ ମହାନ୍ତି ଓ ହରବିନ୍ଦର ସିଂହ । ଆବି ମାତ୍ର ୫/୬ ମିନିଟ ମ୍ୟାଚ ଖେଳିଥିଲେ । ଦେବାଶିଷ ଓ ହରବିନ୍ଦର ଆଦୌ ଖେଳି ନଥିଲେ । ତେଣୁ ଆବିଙ୍କ ସହ କିଏ ନୂଆ ବଲ ପକାଇବ ବୋଲି ଆଲୋଚନା ହେବାରୁ ମୁଁ କହିଥିଲି ଦେବାଶିଷ ସ୍ୱିଙ୍ଗ କରୁଛନ୍ତି; ସେ ନୂଆ ବଲ୍‍ ପକାନ୍ତୁ । ଦେବାଶିଷ ପ୍ରଥମ ମ୍ୟାଚରେ ପାକିସ୍ତାନୀ ଓପନର ସଇଦ ଅନୱରଙ୍କୁ ରାଉଣ୍ଡ ଦି ଲେଗ ବୋଲିଂ କରିଥିଲେ । ୨ୟ ମ୍ୟାଚରେ ମଧ୍ୟ ଦେବାଶିଷଙ୍କ ବୋଲିଂର ଶିକାର ହୋଇଥିଲେ ଅନୱାର । ଏପରି ଦେବାଶିଷଙ୍କ ବୋଲିଂ ସମ୍ମୁଖରେ ନିରୁତ୍ତର ହୋଇ ଯାଇଥିଲେ ବାମହାତି ସଇଦ ଅନୱାର । ମଝିରେ ଉଭୟ ଦଳଙ୍କ ପାଇଁ ଏକ ପାର୍ଟିର ଆୟୋଜନ ହୋଇଥିଲା । ଏଥିରେ ଅନୱାର ମୋ ପାଖକୁ ଆସି କହିଥଲେ-ତୁମର ଏହି ଦେବାଶିଷ ମହାନ୍ତି ପ୍ରକୃତରେ କ’ଣ? ଇଏ କି ବୋଲିଂ ଆକ୍ସନ? ସିଏ ପ୍ରକୃତରେ କ’ଣ ପକାଇଛନ୍ତି? ଦୌଡ଼ିକରି ଆସୁଛନ୍ତି ଏବଂ ବଲକୁ ଛାଡ଼ି ଦେଉଛନ୍ତି । ଯେଉଁ ବଲକୁ ଖେଳିବାକୁ ଯାଉଛି; ସେଇଟା ଭିତରକୁ ଆସୁଛି! ମୋତେ ଲାଗୁଛି ସିଏ ବଲ ରିଲିଜ କରିବା ପୂର୍ବରୁ ମୋତେ ପଚାରୁଛନ୍ତି-କ’ଣ ପକାଇବି? ମୋ ପାଖରେ କିଛି ଜବାବ ନଥିଲା । ତାଙ୍କୁ ମନେ ମନେ କହୁଥିଲି-ଯାହା ଇଛା ପକା । ଅନୱର ଏପରି କହିଥିବା ବେଳେ ଆମେ ଖୁବ ହସିଥିଲୁ । ପରଦିନ ମ୍ୟାଚ ଥିଲା । ସଇଦ ଅନୱର ବେଶ କିଛି ସମୟ କି୍ରଜରେ ରହିଯାଇଥିଲେ । ତାଙ୍କ ପରେ ବ୍ୟାଟସମ୍ୟାନ ଲମ୍ବା ଇନିଂସ ଖେଳିଲେ ଆମ ଠାରୁ ମ୍ୟାଚ ଛଡ଼ାଇ ନେଇପାରନ୍ତି ବୋଲି ଅନୁଭବ କଲି । ତେଣୁ ପ୍ରଥମ ସ୍ଲିପରେ ଥିବା ରାହୁଲ ଦ୍ରାବିଡଙ୍କୁ ସର୍ଟ ସ୍କୋୟାରଲେଗକୁ ପଠାଇଲି । ପୂରା ଅମ୍ପାୟାରଙ୍କ ସମ୍ମୁଖରେ । ଦେବାଶିଷଙ୍କ ପରବର୍ତ୍ତୀ ବଲ ଇନସ୍ୱିଙ୍ଗ ଏବଂ ଅନୱର ଏହାକୁ ସିଧା ସର୍ଟ ସ୍କୋୟାର ଲେଗ ହାତକୁ ମାରିଥିଲେ । ମୁଁ ଭାବିଥିଲି କାଲି ଦେବାଶିଷଙ୍କ କଥା ଅନୱର କହୁଥିଲେ । ଆଜି ମଧ୍ୟ ଦେବାଶିଷଙ୍କ ବୋଲିଂର ଜବାବ ତାଙ୍କ ପାଖରେ ନଥିଲା । 
    ଓଡ଼ିଶାର ଗର୍ବ ଦେବାଶିଷ ମହାନ୍ତି ଭାରତ ପାଇଁ ୪୫ ଟି ଦିନିକିଆ ମ୍ୟାଚ ଖେଳି ୫୭ଟି ୱିକେଟ ନେଇଥିବା ବେଳେ ୨ଟି ଟେଷ୍ଟ ଖେଳି ୪ଟି ୱିକେଟ ନେଇଥିଲେ । ସେ ୧୧୭ଟି ପ୍ରଥମ ଶ୍ରେଣୀ ମ୍ୟାଚରୁ ୪୧୭ଟି ୱିକେଟ ନେଇଛନ୍ତି । ଦେବାଶିଷ ହେଉଛନ୍ତି ଭାରତୀୟ ଜୁନିୟର ମନୋନୟନ କମିଟିର ସଦସ୍ୟ ।

    Maximum 500 characters

    ଖେଳ ଖବର View all

    Find Us on Facebook