ମୁଖ୍ୟ ଖବର
ଅଧିକାଂଶ ଲୋକ ପୂଜା ଓ ବ୍ରତରେ ସାଗୁ ଖିଚୁଡ଼ି ଖାଇବାକୁ ପସନ୍ଦ କରିଥାନ୍ତି । ଅଷ୍ଟମୀ ଓଷାରେ ଏହାକୁ ଲୋକ ଅଧିକ ଖାଇବାକୁ ପସନ୍ଦ କରିଥାନ୍ତି । ସାଗୁରେ ଷ୍ଟାର ମାତ୍ରା ଅଧିକ ମିଳିଥାଏ । ଫଳରେ ପେଟ ଲମ୍ବା ସମୟ ପର୍ଯ୍ୟନ୍ତ ପୁରିଲା ପରି ଲାଗିଥାଏ । ଏହାକୁ ଅଳ୍ପ ମସଲାରେ ପ୍ରସ୍ତୁତ କରାଯାଇଥାଏ । ଯଦ୍ୱାରା ଓଷା ବ୍ରତରେ ଏହାକୁ ଖାଇବାକୁ ଭଲ ଲାଗିଥାଏ । ତେବେ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯାଏ ।
ଆବଶ୍ୟକୀୟ ସାମଗ୍ରୀ : ସାଗୁ, ଚିନାବାଦାମ, ଭ୍ରୂସଙ୍ଗ ପତ୍ର, ସ୍ୱାଦ ଅନୁସାରେ ଲୁଣ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା ।
ପ୍ରସ୍ତୁତ ପ୍ରଣାଳୀ : ସାଗୁ ଖିଚୁଡ଼ି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସାଗୁକୁ କିଛି ଘଣ୍ଟା ପାଇଁ ବତୁରାଇ ଦିଅନ୍ତୁ । ପରେ ଏହାକୁ ଏକ ଛଙ୍କାରେ ଛାଣି ନିଅନ୍ତୁ । ପରେ ଏହାକୁ ଏକ ମୋଟା କପଡ଼ାରେ ଢ଼ାଳି ଦେଇ ଏକ ଘଣ୍ଟା ପାଇଁ ସାଗୁରୁ ପାଣି ଛାଡ଼ିବା ପାଇଁ ଛାଡ଼ି ଦିଅନ୍ତୁ । ଏହା ପରେ ସାଗୁ, ଚିନାବାଦାମ, ଲୁଣ ଓ ଲଙ୍କା ଗୁଣ୍ଡକୁ ମିଶାଇ ଦିଅନ୍ତୁ । ପରେ ଗ୍ୟାସରେ ଏକ ପାତ୍ର ନେଇ ଅଳ୍ପ କିଛି ଘିଅ ଦିଅନ୍ତୁ । ଘିଅ ଗରମ ହୋଇଗଲେ ସେଥିରେ ଗୋଟା ଜିରା, କଞ୍ଚା ଲଙ୍କା ଓ ଭ୍ରୂସଙ୍ଗ ପତ୍ର ପକାନ୍ତୁ । ଏହା ଭାଜି ହୋଇଗଲେ ସେଥିରେ ମିଶ୍ରଣ କରାଯାଇଥିବା ସାଗୁକୁ ପକାନ୍ତୁ । ଏହାକୁ ଧିମା ଆଞ୍ଚରେ କିଛି ସମୟ ଘାଟନ୍ତୁ । କିଛି ସମୟ ପରେ ଆଞ୍ଚ ବଢ଼ାଇବା ଦିଅନ୍ତୁ । ସାଗୁ ହୋଇଗଲେ ଏହାକୁ ଅନ୍ୟ ଏକ ପାତ୍ରକୁ ବାହାର କରିଦିଅନ୍ତୁ । ଏହା ଉପରେ ଲମ୍ବୁ ରସ ଓ କିଛି ଧନିଆ ପାତ୍ର କାଟି ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ଭୋଗ ସାଗୁ ଖିଚୁଡ଼ି ।
Comments ସମସ୍ତ ମତାମତ