ମୁଖ୍ୟ ଖବର
ଭୁବନେଶ୍ୱର: ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆୟୋଜନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଏ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ୪ ନିଯୋଗ ଓ ବିଏମସି କମିଶନର ଉପସ୍ଥିତ ଥିଲେ । ଏହି ଅବସରରେ ବିନା ଭକ୍ତରେ ରୁକୁଣା ରଥଯାତ୍ରା କରିବା ନେଇ ସେବାୟତମାନେ ଦାବି ରଖିଥିବା ଜଣାଯାଇଛି ।
ତେବେ ବୈଠକ ପରେ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇ କହିଛନ୍ତି ଯେ, ରୁକୁଣା ରଥଯାତ୍ରା ନେଇ ଆମେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛୁ । ବିନା ଭକ୍ତରେ ଆୟୋଜନ ନେଇ ଲକ୍ଷ୍ୟ ରଖିଛୁ । ତେବେ ଏନେଇ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛୁ । ଯେଉଁ ପାଳିଆ ସେବାୟତମାନେ ରଥ ଟାଣିବେ ସେମାନଙ୍କ କୋଭିଡ ଟେଷ୍ଟ ହେବ ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି ।
Comments ସମସ୍ତ ମତାମତ