Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ରୋହିତଙ୍କ ଦମଦାର ଶତକ

    Share on :
    ajab-Image
    Date: Feb 13, 2021    Views: 3883

    ଚେନ୍ନାଇ:  ଆଜି ଠାରୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ସମାନ ଭେନୁ୍ୟ କିନ୍ତୁ ହାଇଭୋଲଟେଜ ମୁକାବିଲା । ପ୍ରଥମ ଟସ ଜିତି ଭାରତ ବ୍ୟାଟିଂ କରୁଥିବାବେଳେ  ରୋହିତ ଶର୍ମା ଦମଦାର ଶତକ ମାରିଛନ୍ତି । ମାତ୍ର  ୧୩୧ଟି ବଲର  ସମ୍ମୁଖୀନ ହୋଇ ରୋହିତ ଶତକ ହାସଲ କରିଛନ୍ତି । ୧୪ଟି ଚୌକା ଓ ୨ଟି ଛକା ଜରିଆରେ ରହିତ ଜବରଦସ୍ତ ଶତକ ହାସଲ କରିଛନ୍ତି ।    ବର୍ତ୍ତମାନ ସୁଦ୍ଧା ଭାରତ ୩ ୱିକେଟ ହରାଇ ୧୪୮ ରନ ସଂଗ୍ରହ କରିଥିବା ଜଣାଯାଇଛି ।

    ପ୍ରକାଶ ଯେ,  ଘରୋଇ ମାଟିରେ ଉଭୟ ବ୍ୟାଟିଂ ଓ ବୋଲିଂ ବିଫଳତା ଯୋଗୁ ଭାରତ ପ୍ରଥମ ଟେଷ୍ଟରେ ଅତି ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଗାବାରେ ଐତିହାସିକ ବିଜୟ ପରେ ଚେନ୍ନାଇ ପରାଜୟକୁ ପ୍ରଶଂସକ ସହଜରେ ଗ୍ରହଣ କରିପାରି ନଥିଲେ । ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ । ତେଣୁ ଦ୍ୱିତୀୟ ଟେଷ୍ଟ ବିରାଟଙ୍କ ସାମ୍ନାରେ ବହୁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି ।ଯେଉଁ ପିଚରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଦ୍ୱିଶତକ ହାସଲ କଲେ ଏବଂ ଭ୍ରମଣକାରୀ ବୋଲର ଘାତକ ସାଜିଲେ ସେହି ପିଚରେ ଭାରତ ଉଭୟ ବିଭାଗରେ ବିଫଳ ହୋଇଥିଲା । ତେଣୁ ଦ୍ୱିତୀୟ ଟେଷ୍ଟରେ କୋହଲିସେନା ଜୋରଦାର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି । 

    Maximum 500 characters

    ଖେଳ ଖବର View all

    Find Us on Facebook